Categories: ବାଣିଜ୍ୟ

କୋଭିଡ୍‌-୧୯ ଝଟକା ସହିବାକୁ ପ୍ରସ୍ତୁତ ରୁହ: ଆଇଏମ୍‌ଏଫ୍‌

 

ନୂଆଦିଲ୍ଲୀ,୧୯।୪: ବର୍ତ୍ତମାନର କରୋନା ମହାମାରୀ ବିଶ୍ୱର ବିକଶିତ ତଥା ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଲାଗି ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରିଛି। କରୋନା ପୂର୍ବରୁ ବିଶ୍ୱ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ମହାମାରୀ ଆସିବା ଯୋଗୁ ବିଶ୍ୱ ବଜାରର ସ୍ଥିତି ଆହୁରି ଖରାପ ହୋଇଛି। ଏଭଳି ସ୍ଥିତିରେ ଝଟକା ସମ୍ଭାଳିବାକୁ ବିଶ୍ୱର ଦେଶ ସମୂହ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ମୁଦ୍ରପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ କ୍ରିଷ୍ଟଲିନା ଜିଓର୍ଜିଭା ସତର୍କ ସୂଚନା ଦେଇଛନ୍ତି। ବିଶ୍ୱକୁ ଏକ ଗମ୍ଭୀର ଆର୍ଥତ୍କ ସଙ୍କଟ ଦେଇ ଗତି କରିବାକୁ ହେବ। ଏହି ସମୟରେ ଅଭିବୃଦ୍ଧି ହ୍ରାସକୁ ରୋକାଯାଇ ନ ପାରେ। ସ୍ଥିତିକୁ ବିଚାରକରି ସୁଚିନ୍ତିତ ଯୋଜନା ଦ୍ୱାରା ଦେଶ ସମୂହ ଝଟକା ସହିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Share