Posted inଖେଳ

କୋଭିଡ୍‌ ୧୯ : ଗୋଟିଏ ମାସ ପରେ ନିଷ୍ପତ୍ତି ନେବୁ: ଆଇଓଏ

ନୂଆଦିଲ୍ଲୀ, ୨୪।୩(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଜାପାନର ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚିନ୍ତା ପ୍ରକଟ କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ କାନାଡା ଓ ପରେ ଅଷ୍ଟ୍ରେଲିଆ ଏହି ଇଭେଣ୍ଟରୁ ଓହରିଯିବା ପରେ ଆଇଓସି ଏ ନେଇ ମତ ରଖିଛି। ଅତିକମ୍‌ରେ ଗୋଟିଏ ମାସ ଅପେକ୍ଷା କରି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ ନେଇ ଆଇଓସି ନିଷ୍ପତ୍ତି ନେବ ବୋଲି କହିଛି।
କାନାଡ଼ା ଓହରିଯିବା ପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଉପରେ ଚାପ ବଢିଛି। ବିଶ୍ୱର କେତେକ ଶ୍ରେଷ୍ଠ ଆଥ୍‌ଲେଟ ଓ କ୍ଷମତାଶାଳୀ କ୍ରୀଡ଼ା ସଂଗଠନ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଚାପ ପ୍ରୟୋଗ କରି ଆସୁଛନ୍ତି। ଅଲିମ୍ପିକ୍ସ ଆଗାମୀ ଜୁଲାଇ ଓ ଅଗଷ୍ଟ ମାସରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଭାରତ ଏ ସଂକ୍ରାନ୍ତରେ ତରବର ଭାବେ କିଛି ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ଭାରତ ଗୋଟିଏ ମାସ ଅପେକ୍ଷା କରି ପରିସ୍ଥିତି ଅନୁଧ୍ୟାନ କରିବ। ଉଲ୍ଲେଖଥାଉ କି, କୋଭିଡ୍‌-୧୯ ପାଇଁ ବିଶ୍ୱରେ ଏପର୍ଯ୍ୟନ୍ତ ୧୪,୦୦୦ ଲୋକ ପ୍ରାଣ ହରାଇଲେଣି ଓ ୩ ଲକ୍ଷ ଲୋକ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି।
ଆମ ଆଥଲେଟ ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ ଓ ହିତକୁ ଅଗ୍ରାଧିକାର ଦେଉଛୁ ବୋଲି ଆଇଓଏ ଅଧ୍ୟକ୍ଷ ନରିନ୍ଦର ବାତ୍ରା କହିଛନ୍ତି। ଆଥଲେଟଙ୍କ ହିତକୁ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟି ରଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେଣୁ ଆମେ ଅତିକମ୍‌ରେ ଗୋଟିଏ ମାସ ଅପେକ୍ଷା କରିବୁ ବୋଲି ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି। ଆଇଓସି ଓ କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା ଓ ପରାମର୍ଶ କରି ଆମେ ଅନ୍ତିମ ନିଷ୍ପତ୍ତି ନେବୁ। ଅନ୍ୟ ଦେଶଗୁଡିକ ତୁଳନାରେ ଆମ ଦେଶର ପରିସ୍ଥିତି ଅବଶ୍ୟ ସେତେଟା ଖରାପ ନୁହଁ ବୋଲି ସେ କହିଛନ୍ତି।
ତେଣେ ଆଗାମୀ ୪ ସପ୍ତାହ ମଧ୍ୟରେ ଅଲିମ୍ପିକକୁ ସ୍ଥଗିତ କରିବା ଓ ଅନ୍ୟାନ୍ୟ ବିକଳ୍ପ ନେଇ ଆଇଓସି ଏବେ ଚିନ୍ତା କରୁଛି ବୋଲି କହିଛି। ଫଳରେ ଅଲିମ୍ପିକ୍ସ ନେଇ ଅନିଶ୍ଚିତତା ବଢିଛି। କୋଭିଡ-୧୯ କାରଣରୁ ଭାରତ ସମେତ ସବୁଦେଶର ଆଥ୍‌ଲେଟ୍‌ ପ୍ରସ୍ତୁତି ଓ ଟ୍ରେନିଂ ଜାରି ରଖିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାରା ବିଶ୍ୱରେ ଏବେ ଟ୍ରାଭେଲ ରେଷ୍ଟ୍ରିକ୍ସନ ବା ଯାତ୍ରାଜନିତ କଟକଣା ଜାରି କରାଯାଇଥିବାରୁ କେତେକ ଆଥଲେଟ ବିଦେଶରେ ଟ୍ରେନିଂ ଯୋଜନାକୁ ବାତିଲ କରିଛନ୍ତି। ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଏ ନେଇ କିଛି ଆଲୋଚନା କରିନାହିଁ। ଗତ ସପ୍ତାହରେ ଆଇଓସି ଅଲିମ୍ପିକ୍ସ ଆୟୋଜନ ନେଇ ସକାରାତ୍କମ ମନୋଭାବ ପୋଷଣ କରିଥିଲା ଓ ଆଇଓଏ ଏହାକୁ ସମର୍ଥନ କରିଥିଲା। ଉଲ୍ଲେଖଥାଉ କି, କୋଭିଡ-୧୯ ମାମଲା ଏପର୍ଯ୍ୟନ୍ତ ଭାରତରେ ୪୦୦ ପାର କରିସାରିଲାଣି। ଏଥିରେ ୭ଜଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri