Posted inଖେଳ

କୋଭିଡ୍‌-୧୯: ଏଆଇଏଫ୍‌ଏଫ୍‌କୁ ଏଏଫ୍‌ସିର ପ୍ରଶଂସା

ନୂଆଦିଲ୍ଲୀ,୧୪। ୪ (ପି.ଟି.)- ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) ଅଲଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଭୂୟସୀ ପ୍ରଶଂସା କରିଛି। କୋଭିଡ୍‌-୧୯ ମୁକାବିଲାରେ ଏଆଇଏଫ୍‌ଏଫ୍‌ ସମେତ ଭାରତୀୟ ଫୁଟବଲରମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଉଦାହରଣ ସୃଷ୍ଟ କରିଛନ୍ତି ବୋଲି ଏଏଫ୍‌ସି କହିଛି। ଆର୍ଥିକ ଭାବେ ସହାୟତା କରିବା ସହ ଭାରତୀୟ ଫେଡେରେଶନ ଓ ଖେଳାଳିମାନେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରି ଏହି ଲଢେଇକୁ ଆଗକୁ ନେବାରେ ସଫଳ ହୋଇଛନ୍ତି ଓ ଏଥିପାଇଁ ଏମାନେ ପ୍ରଶଂସାର ପାତ୍ର ବୋଲି ଏଏଫ୍‌ସି କହିଛି।

ଏଆଇଏଫ୍‌ଏଫ୍‌ ସମେତ ଗୁଆମ ଫୁଟବଲ ଆସୋସିଏଶନ (ଜିଏଫ୍‌ଏ), ଦି ଜେ. ଲିଗ ଓ ଉହାନ ଫୁଟବଲ ଆସୋସିଏଶନ ମଧ୍ୟ ଅର୍ଥ ଦାନ ଦେବା ସହ କୋଭିଡ୍‌-୧୯ ନେଇ ଜନସଚେତନତା ସୃଷ୍ଟି କରିଛନ୍ତି ଏଏଫ୍‌ସି ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ଏଆଇଏଫ୍‌ଏଫ୍‌ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ସେହିପରି ଭାରତର ପ୍ରୀତମ କୋଟାଲ, ପ୍ରଣୟ ହାଲଦାର, ପ୍ରବୀର ଦାସ ଓ ଅରିନ୍ଦମ ଭଟ୍ଟାଚାର୍ଜୀଙ୍କ ଭଳି ଫୁଟବଲର ବିଭିନ୍ନ ଚ୍ୟାରିଟି ଓ ଗରିବ ଲୋକଙ୍କୁ ଖାଦ୍ୟ ପ୍ରଦାନ ମାଧ୍ୟମରେ ମିଳିତ ଭାବେ ୧୪୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି ବୋଲି ଏଏଫ୍‌ସି ତରଫରୁ କୁହାଯାଇଛି।

ଫରଓ୍ବାର୍ଡ ଜେଜେ ଲାଲପେଖଲୁଆ ମିଜୋରାମ୍‌ର ଦର୍ତ୍ତଲାଙ୍କସ୍ଥିତ ସିନୋଡ ହସ୍ପିଟାଲରେ ରକ୍ତାଦାନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେହିପରି ସି.କେ. ବିନିତ୍‌ କେରଳସ୍ଥିତ ନିଜ ଘରୋଇ ସହରରେ ସରକାରଙ୍କ ହେଲ୍‌ପ ଲାଇନ୍‌ ସେଣ୍ଟରରେ ନିଜ ଆଡୁ ଯୋଗ ଦେଇଛନ୍ତି। ଯେତେ ସମ୍ଭବ ଏହି ମହାମାରୀ ମୁକାବିଲାରେ ଆମେ ସାହାଯ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ତଥା ଫିଫା କାଉନ୍‌ସିଲ ଓ ଏଏଫ୍‌ସି କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫୁଲ୍ଲ ପଟେଲ କହିଛନ୍ତି। ଏହି ବିପତ୍ତିରୁ ଉଦ୍ଧାର ପାଇବାକୁ ହେଲେ ଆମେ ସମସ୍ତେ ଏକାଠି ହୋଇ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri