କୋଭିଡ୍‌ ଲାଗି ଆଖିଦୃଶିଆ ନୁହେଁ ସରକାରୀ ସହାୟତା

ନୂଆଦିଲ୍ଲୀ,୩୦ ।୪: କୋଭିଡ୍‌-୧୯ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବା ନେଇ ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି। ଘରୋଇ ବଜାର ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନାଜନିତ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ରହିଛି। କୋଭିଡ୍‌-୧୯ ବିରୋଧରେ ଲଢିବା ଲାଗି ଜର୍ମାନୀ, ଇଟାଲୀ ଭଳି ଧନୀ ରାଷ୍ଟ୍ରଗୁଡିକ ବିତ୍ତୀୟ ସହାୟତା ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡିକ ସେମାନଙ୍କ ମୋଟ ଘରୋଇ ଉତ୍ପାଦ(ଜିଡିପି) ପ୍ରାୟ ୩୦%ରୁ ଅଧିକ ଅର୍ଥ ସହାୟତା ଭାବେ ପ୍ରଦାନ କରିଛନ୍ତି। ମାତ୍ର ଭାରତ ବର୍ତ୍ତମାନ ସୁଦ୍ଧା ଏହି ବାବଦକୁ ୧%ରୁ କମ୍‌ ଖର୍ଚ୍ଚ କରିଥିବା ଜଣାପଡିଛି। ସେହିଭଳି ଜି-୨୦ ଦେଶଗୁଡିକ କଥା ବିଚାରକଲେ ଜାପାନ ସର୍ବାଧିକ ୨୧.୧% ସହାୟତା ଯୋଗାଇ ଦେଇଛି। ଭାରତ ୦.୮% ସହାୟତା ସହ ୧୬ତମ ସ୍ଥାନରେ ରହିଛି, ଯାହା ବହୁତ ନଗଣ୍ୟ। ୪୦ ଦିନର ଲକ୍‌ଡାଉନରେ କାରବାର କ୍ଷତିଗ୍ରସ୍ତ ହୋଇଥିବାରୁ ଶିଳ୍ପଜଗତ ପକ୍ଷରୁ ଆର୍ଥତ୍କ ସହାୟତା ଦେବା ଲାଗି ବାରମ୍ବାର ଦାବି ହେଲାଣି। ହେଲେ ସରକାର ବର୍ତ୍ତମାନ ଯାଏ କିଛି ଘୋଷଣା କରିନାହାନ୍ତି। ମାର୍ଚ୍ଚ ୨୬ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୧.୭ ଲକ୍ଷ କୋଟିର ସହାୟତା ଘୋଷଣା କରିଛନ୍ତି। ଏହା ସାଧାରଣ ଲୋକଙ୍କ ଲାଗି ଉଦ୍ଦିଷ୍ଟ ଥିବା ବେଳେ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଏବେ ଯାଏ ପଦକ୍ଷେପ ଆସିନାହିଁ।
ଦେଶର ଅଣୁ,କ୍ଷୁଦ୍ର ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଏବେ ବନ୍ଦ ହୋଇ ରହିଛି। କାମ ନ ଥିବା ବେଳେ କର୍ମଚାରୀଙ୍କୁ ପେମେଣ୍ଟ, ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କରିବାକୁ ପଡୁଛି। ପରିଚାଳନା ପୁଞ୍ଜି ଲାଗି କମ୍ପାନୀଗୁଡିକ ନାନା ସମସ୍ୟା ଦେଇ ଗତି କରୁଛନ୍ତି। କଟକଣା ବଢିଲେ ଏଭଳି କଷ୍ଟକର ସ୍ଥିତିରେ ଦେଶର ପ୍ରାୟ ୩୦ରୁ ୪୦% କ୍ଷୁଦ୍ର ଶିଳ୍ପ ତିଷ୍ଠି ରହିବେ ବୋଲି ମୁମ୍ବାଇଭିତ୍ତିକ ଶିଳ୍ପ ସଂଘ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ମୁମ୍ବାଇସ୍ଥିତ ଆନାଟେକ ଅଫ୍‌ସୋର ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ଏ.ପୁଥେନପୁରାକଲ କହିଛନ୍ତି, କ୍ରେଡିଟ ସୁବିଧା ମିଳିବାରେ ସମସ୍ୟା ଉପୁଜୁଥିବାରୁ ଶିଳ୍ପର ଭବିଷ୍ୟତ ସମ୍ପର୍କରେ ଚିନ୍ତା ମାଡି ପଡୁଛି। କେବଳ ଆନାଟେକ ଭଳି ଛୋଟ ଫାର୍ମ ନୁହନ୍ତି ହିରୋ ମୋଟାଟୋକର୍ପ ଭଳି ବଡ ବଡ ଫାର୍ମଗୁଡିକ ମଧ୍ୟ ସରକାରଙ୍କୁ ଶିଳ୍ପର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଋଣ ସହାୟତା, ବେତନ ସବ୍‌ସିଡି, ଟିକସ ଛାଡ, ୟୁଟିଲିଟି ପେମେଣ୍ଟ ଅବଧି ବଢାଇବାକୁ ଶିଳ୍ପଗୁଡିକ ଦାବିକରି ଆସୁଛନ୍ତି। ଶିଳ୍ପଗୁଡିକରେ କ୍ୟାଶ ଫ୍ଲୋ ବା ଅର୍ଥର ପ୍ରବାହ କମିଥିବା ବେଳେ ବର୍ତ୍ତମାନ ଯାଏ ଆର୍ଥତ୍କ ସହାୟତା ମିଳିନାହିଁ। ଏହି ସମସ୍ୟାକୁ ଦେଖିଲେ, କମ୍ପାନୀଗୁଡିକ ବାଧ୍ୟ ହୋଇ ଖର୍ଚ୍ଚ କାଟ କରିବା ସହ ନିଯୁକ୍ତି ହ୍ରାସ କରିବେ ବୋଲି ଶିଳ୍ପ ସଂଘର ଜଣେ ପ୍ରତିନିଧି ମତ ଦେଇଛନ୍ତି।
ଦେଶର ଅର୍ଥ ବ୍ୟବସ୍ଥାରେ ଏମ୍‌ଏସ୍‌ଏମ୍‌ଇ ଅଂଶ ଏକତୃତୀୟାଂଶ । ଏହି ଶିଳ୍ପ ୧୧୦ ନିୟୁତ ଲୋକଙ୍କୁ ଜୀବିକା ପ୍ରଦାନ କରିଛି। ଚଳିତ ସପ୍ତାହରେ ସରକାର ଶିଳ୍ପ ଲାଗି ପ୍ରାୟ ୩୯ ବିଲିୟନ ଡଲାରର ଏକ ପ୍ୟାକେଜ ଆଣିବେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଏବଂ ଶିଳ୍ପକୁ ଟିକସ ପ୍ରୋତ୍ସାହନ ଭଳି ପଦକ୍ଷେପ ସରକାର ନେଇପାରନ୍ତି। ଶିଳ୍ପକ୍ଷେତ୍ର ସମସ୍ୟାକୁ ସରକାର ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ନୋମୁରା ହୋଲ୍ଡିଂ ଇଣ୍ଡିଆର ମୁଖ୍ୟ ଅର୍ଥନୀତିଜ୍ଞ ସୋନାଲ ବର୍ମା ମତଦେଇଛନ୍ତି। ସରକାରଙ୍କ ସହାୟତା ପ୍ୟାକେଜ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ, ଅଷ୍ଟ୍ରେଲିଆ ଆଣ୍ଡ ନ୍ୟୁଜିଲାଣ୍ଡ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ର ସଞ୍ଜୟ ମାଥୁର ଆକଳନ କରିଛନ୍ତି। ରାଜକୋଷରେ ବିତ୍ତୀୟ ସମସ୍ୟା ଥିବାରୁ ସରକାର ପ୍ୟାକେଜ ପ୍ରଦାନ ବେଳେ ବିଭିନ୍ନ ପ୍ରସଙ୍ଗକୁ ବିଚାର କରୁଛନ୍ତି। ଟିକସ ସଂଗ୍ରହରେ ହ୍ରାସ ଏବଂ ସରକାରଙ୍କ ଖର୍ଚ୍ଚ ବଢୁଥିବାରୁ ଚଳିତ ବର୍ଷ ବିତ୍ତୀୟ ନିଅଣ୍ଟ ୩.୫% ରହିବ ବୋଲି କୁହାଯାଇଛି। ମାତ୍ର ଏକ ଘରୋଇ ଆକଳନ ମୁତାବକ ଆକଳନଠାରୁ ବିତ୍ତୀୟ ନିଅଣ୍ଟ ଢେର ବଢିଯିବ। ସରକାର ଆର୍ଥତ୍କ ପ୍ରୋତ୍ସାହନ ଦେବା ଜରୁରୀ ବୋଲି ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ। ସେହିଭଳି ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ବଡ଼ ଚ୍ୟାଲେଞ୍ଜ ବୋଲି ସେ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri