Categories: ବାଣିଜ୍ୟ

କୋଭିଡ୍‌ ଯୋଦ୍ଧାଙ୍କ ପିଲାଙ୍କ ଲାଗି ସି.ଭି. ରମଣର ସ୍କଲାରଶିପ

ଭୁବନେଶ୍ୱର,୧-୫: ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଛି। କୋଭିଡ୍‌-୧୯ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ୫କୋଟି ଟଙ୍କା ମୂଲ୍ୟର ମେଧାବୃତ୍ତି ଘୋଷଣା କରାଯାଇଛି। ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ବିଭାଗ ଏବଂ ଶିକ୍ଷାନୁଷ୍ଠାନରେ କୋଭିଡ୍‌-୧୯ ଯୋଦ୍ଧାଙ୍କ ପିଲାଙ୍କ ଲାଗି ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଜେଇଇ ର଼୍ୟାଙ୍କ୍‌ ଏବଂ ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତାର ମୂଲ୍ୟାଙ୍କନ ଆଧାରରେ ଛାତ୍ରୀଛାତ୍ରଙ୍କୁ ନାମ ଲେଖାର ସୁଯୋଗ ଦିଆଯିବ। ଜରୁରିକାଳୀନ ସ୍ଥିତିରେ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରୀଛାତ୍ର ଏଭଳି ଏକ ମହତ ଚିନ୍ତାଧାରାକୁ ବାସ୍ତବ ରୂପରେ ପରିଣତ କରିବାକୁ ଆଗେଇ ଆସିଥିବାରୁ ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଛନ୍ତି।

Share