କୋଭିଡ୍‌ ନିୟମ ଉଲ୍ଲଘଂନ, ସିଲ୍‌ ହେଲା ଦୋକାନ

ଶଙ୍କରାଖୋଲ,୨୯ା୪(ଡି.ଏନ୍‌.ଏ)- ଚକାପାଦ ବ୍ଲକ ଶଙ୍କରାଖୋଲଠାରେ ବୁଧବାର ସକାଳେ ସାମାଜିକ ଦୂରତା ରକ୍ଷା ନକରିବା ଅଭିଯୋଗରେ ଏକ ଦୋକାନକୁ ସିଲ୍‌ କରାଯାଇଛି। ଏସ୍‌ପି ପ୍ରତୀକ ସିଂ ପରିଦର୍ଶନ କରିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ଚକାପାଦ ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରଣତୀ ପ୍ରିୟଦର୍ଶିନୀ ରାଉତ, ଟିକାବାଲି ଥାନାଅଧିକାରୀ ରେବତୀ ଶବର ପହଞ୍ଚତ୍ ଉକ୍ତ ଦୋକାନକୁ ସିଲ୍‌ କରିଛନ୍ତି। ଦୋକାନ ମାଲିକ ବାବୁଲା ସାହୁଙ୍କ ଠାରୁ ୧୪ ,୬୬୧ ଟଙ୍କା ଜରିମାନା ଆଦାୟ କରାଯାଇଛି। ଉକ୍ତ ଦୋକାନରେ ପରିବା ଓ ଷ୍ଟେସନାରୀ ସାମଗ୍ରୀ ବିକ୍ରି ହେଉଥିବାବେଳେ ଲୋକେ ଭିଡ ଜମାଇଥିଲେ। ପରେ ଏସ୍‌ପି ସିଂ ଅନ୍ୟଦୋକାନୀ ମାଲିକଙ୍କୁ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବାକୁ ତାଗିଦ୍‌ କରିଥିବାବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସାମାଜିକ ଦୂରତା ରଖି ଚାଉଳ ନେବାକୁ କହିଥିଲେ।