କୋଣାର୍କ ମରାମତି ମାମଲା: ଏଏସ୍‌ଆଇକୁ ହାଇକୋର୍ଟଙ୍କ ପ୍ରଶ୍ନ,୧ ବର୍ଷରେ ପାରିଲନି, ୭ ଦିନରେ କେମିତି କରିବ

କଟକ ଅଫିସ,୧୮।୧୨:୨୦୧୮ ଡିସେମ୍ବରରୁ ୨୦୧୯ ଡିସେମ୍ବର ହେଲା। ଇତିମଧ୍ୟରେ ୧ବର୍ଷ ବିତିବାକୁ ବସିଛି। କିନ୍ତୁ ମରାମତି ଆରମ୍ଭ ହୋଇପାରିଲାନି। ଏବେ ୭ଦିନରେ କିଭଳି ଟେଣ୍ଡର ଡାକି ସବୁ କାମ ଆରମ୍ଭ କରିବ ବୋଲି ପ୍ରତିଶ୍ରୁତି ଦେଉଛ। କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀକ୍ଷକଙ୍କ ସତ୍ୟପାଠ ଉପରେ ହାଇକୋର୍ଟ ଏଭଳି ପ୍ରଶ୍ନ ଉଠାଇଛନ୍ତି। ଏହି ସତ୍ୟପାଠ ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଫଳରେ ଏଏସ୍‌ଆଇର ମହାନିର୍ଦ୍ଦେଶକ ଓ ସଂସ୍ଥାର ଯୁଗ୍ମନିର୍ଦ୍ଦେଶକ (ସଂରକ୍ଷଣ)ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ଉଭୟେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିବାକୁ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ ବିଚାରପତି କେ. ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦେଶ ଦେଇଛନ୍ତି। ଉକ୍ତ ମାମଲାରେ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‌କ୍ୟୁରି ଏନ୍‌.କେ. ମହାନ୍ତି ମଙ୍ଗଳବାର ଶୁଣାଣି ବେଳେ କୋଣାର୍କକୁ ନେଇ ୨୦୧୦ରେ ହୋଇଥିବା ଏକ ଅନ୍ତର୍ଜାତୀୟ ସେମିନାର ରିପୋର୍ଟକୁ ଉପସ୍ଥାପନ କରିଥିଲେ। ସୂଚନାଥାଉ କି, କୋଣାର୍କ ମରାମତି, ପୁନରୁଦ୍ଧାର ଓ ସଂରକ୍ଷଣକୁ ନେଇ ଆଡଭୋକେଟ ଦିଲୀପ କୁମାର ମହାପାତ୍ର ୨୦୧୬ରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ସରକାରଙ୍କଠାରୁ ଜବାବ ମାଗିଥିଲେ। ପ୍ରାଥମିକ ସ୍ତରରେ ସରକାର ସତ୍ୟପାଠ ଦେଇ କୋଣାର୍କ ଦୁର୍ବଳ ଥିବା ଅସ୍ବୀକାର କରିଥିଲେ। ମାତ୍ର ଏଏସ୍‌ଆଇ ମହାନିର୍ଦ୍ଦେଶକ କୋଣାର୍କ ଦୁର୍ବଳ ଥିବା ସ୍ବୀକାର କରିଥିଲେ। ଏହାକୁ ନେଇ ମାମଲା ଆଗକୁ ବଢିଥିଲା। ଉକ୍ତ ମାମଲାର ତଦାରଖ ନିମନ୍ତେ ହାଇକୋର୍ଟ ଇଞ୍ଜିନିୟର ଏନ୍‌. କେ. ମହାନ୍ତିଙ୍କୁ ଆମିକସ୍‌କ୍ୟୁରି ଭାବେ ନିଯୁକ୍ତ କରିଥିଲେ। ଆମିକସ୍‌କ୍ୟୁରି ୧୪ଟି ପଏଣ୍ଟ ଉପରେ କୋଣାର୍କର ସୁରକ୍ଷା ଆବଶ୍ୟକ ବୋଲି କୋର୍ଟଙ୍କୁ ଦର୍ଶାଇଥିଲେ। ତେବେ ଗତ ସୋମବାର ଆବେଦନକାରୀ ମହାପାତ୍ରଙ୍କ ପକ୍ଷରୁ ଆଉ ଏକ ଅନ୍ତରୀଣ ପିଟିଶନ ହାଇକୋର୍ଟରେ ଦାଏର କରାଯାଇଥିଲା। ଏଥିରେ କୋଣାର୍କରେ ସୂର୍ଯ୍ୟଙ୍କ ମୂର୍ତ୍ତି ପ୍ରତିଷ୍ଠା ସହ ମନ୍ଦିରର ପୂର୍ବ ଉଚ୍ଚତା ଫେରାଇ ଆଣିବା ପାଇଁ ନିବେଦନ କରାଯାଇଥିଲା। ପୂର୍ବରୁ କୋଣାର୍କର ଉଚ୍ଚତା ୨୨୯ ଫୁଟ ଥିଲା। ମାତ୍ର ବିଭିନ୍ନ ସମୟରେ ଏହା ଭାଙ୍ଗିରୁଜି ୧୦୦ରୁ ୧୨୦ ଫୁଟକୁ ଚାଲିଆସିଛି। ତେଣୁ ଏହାର ନିର୍ମାଣ ଲାଗି ୨ହଜାର କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଥିଲେ। ସେହିପରି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସଂକ୍ରାନ୍ତରେ ୨୦୧୫ରେ ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ମଧ୍ୟ ମଙ୍ଗଳବାର ହାଇକୋର୍ଟରେ ହୋଇଥିଲା। ଏ ନେଇ ଆସନ୍ତା ୨୩ ତାରିଖ ଶୁଣାଣି ସମୟରେ ଏଏସ୍‌ଆଇ ମହାନିର୍ଦ୍ଦେଶକ ଜବାବ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଉଭୟ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ଅଶୋକ କୁମାର ମହାପାତ୍ର ମକଦ୍ଦମା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri