କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଛାତ୍ର ସମେତ ୩ ଗିରଫ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢ଼ି ଚାଲିଥିବାବେଳେ ସେଥିରେ ଛାତ୍ରଙ୍କ ସମ୍ପୃକ୍ତି ନଜରକୁ ଆସୁଛି। ବୁଧବାର ରାତିରେ ପିପିଲି ଅଞ୍ଚଳରୁ ୨ଜଣ ଛାତ୍ର ସମେତ ୩ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନଙ୍କଠାରୁ ୧କିଲୋ ୭୪୯ ଗ୍ରାମ (କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର) ବ୍ରାଉନ ସୁଗାର ଜବତ କରିଛି। ଏ ସମ୍ପର୍କରେ ପୋଲିସ ଡିଜି ଅଭୟ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚଢାଉ ବେଳେ ଗୋଟିଏ ସ୍କର୍ପିଓ(ଓଡି-୦୨ବିକେ-୪୬୪୬), ୩ ବାଇକ୍‌, ପ୍ୟାକିଂ ମେଶିନ, ଗୋଟିଏ ସିସିଟିଭି କ୍ୟାମେରା ଓ ୮ଟି ମୋବାଇଲ୍‌ ଫୋନ ଅଭିଯୁକ୍ତମାନଙ୍କଠାରୁ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମର ମାନସ ରଞ୍ଜନ ପରିଜା, ସନ୍ତୋଷ କୁମାର ଦାଶ ଓ ପୁରୀର ମହେଶ୍ୱର ସାହୁ। ସେମାନଙ୍କ ବିରୋଧରେ ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ ଆକ୍ଟ(୧୯୮୫) ସେକ୍ସନ ୨୧(ସି) ଓ ୨୯ ଅନୁଯାୟୀ କେସ୍‌ ନଂ.୧୫/୨୦ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ପୂର୍ବରୁ ଗିରଫ ହୋଇଥିବା ବ୍ରାଉନ ସୁଗାର ବେପାରୀଙ୍କୁ ପଚରାଉଚରା ପରେ ଏହି ତିନି ଅଭିଯୁକ୍ତଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌ ଜାଣିପାରି ସେମାନଙ୍କ ଉପରେ ନଜର ରଖୁଥିଲା। ବୁଧବାର ସେମାନେ ବ୍ରାଉନ ସୁଗାର ଆଣିଥିବା ଏସ୍‌ଟିଏଫ ଖବର ପାଇଥିଲା। ଫଳରେ ରାତିରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ସାଦା ପୋଷାକରେ ମହେଶ୍ୱରଙ୍କ ଘରକୁ ଯାଇଥିଲେ। ଗ୍ରାହକ ଭାବେ ବ୍ରାଉନ ସୁଗାର ମାଗିବା ପରେ ଚଢାଉ କରି ମହେଶ୍ୱର ଏବଂ ସନ୍ତୋଷଙ୍କୁ ଗିରଫ କରିଥିଲେ। ମିଳିଥିବା ତଥ୍ୟ ଅନୁସାରେ, ଏସ୍‌ଟିଏଫ୍‌ ଦୁଇ ମାସରେ ୪କେଜି ୨୭ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଏହାସହ ୧୭ ମାମଲା ରୁଜୁ କରି ୩୨ ଜଣଙ୍କୁ ଗିରଫ କରିଛି।
ପାଠ ପଢ଼ିବା ସହ ବିକୁଥିଲେ ବ୍ରାଉନ ସୁଗାର
ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିବା ବ୍ରାଉନସୁଗାର ବେପାରୀଙ୍କ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ରହିଛି। ଏହି ରାକେଟର ମାଷ୍ଟରମାଇଣ୍ଡ କୁହାଯାଉଥିବା ମହେଶ୍ୱର ସାହୁ ଜଣେ ବି.ଟେକ୍‌ ଛାତ୍ର ହୋଇଥିବା ବେଳେ ସନ୍ତୋଷ ମଧ୍ୟ ଜଣେ ବିବିଏ ଛାତ୍ର। ଉଭୟ ରାଜଧାନୀ ଉପକଣ୍ଠ ଏକ ଘରୋଇ କଲେଜରେ ପାଠ ପଢୁଛନ୍ତି। ମହେଶ୍ୱରଙ୍କ ଘରେ ସନ୍ତୋଷ ରହୁଥିଲେ। ସେମାନେ ବ୍ରାଉନ ସୁଗାର ବିକି ପାଉଥିବା ଟଙ୍କାରେ ମଉଜ କରୁଥିଲେ। ଉଭୟଙ୍କର ଗ୍ରାହକ ଉକ୍ତ ଘରୋଇ କଲେଜର ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି।
ଘରେ ଲାଗିଥିଲା ଓ୍ବାଇଫାଇ କ୍ୟାମେରା
ମହେଶ୍ୱର ପୋଲିସ ନଜରରୁ ବର୍ତ୍ତିବା ପାଇଁ ଘରେ ଲଗାଇଥିଲେ ସିସିଟିଭି କ୍ୟାମେରା, ଯାହା ତାଙ୍କ ମୋବାଇଲ ଫୋନ ସହ ସଂଯୋଗ ଥିଲା। ସେ ବାହାରକୁ ଯାଉଥିଲେ ମଧ୍ୟ ଘରକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସେ ମୋବାଇଲ୍‌ ଫୋନରେ ନଜର ରଖୁଥିଲେ।
ମୁର୍ଶିଦାବାଦରୁ ଓଡ଼ିଶା ଆସୁଥିଲା
ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ବ୍ରାଉନ ସୁଗାର ମେଦିନାପୁରକୁ ଆସୁଛି। ସେଠାରୁ ତାହା ବାଲେଶ୍ୱର ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼କୁ ଯାଉଛି। ଗିରଫ ୩ ଅଭିଯୁକ୍ତ ବାଲେଶ୍ୱରରୁ ବ୍ରାଉନ ସୁଗାର ଆଣୁଥିଲେ। ମହେଶ୍ୱର ଘରେ ତାହାକୁ ଜରିରେ ପ୍ୟାକିଂ କରାଇ ଜଟଣୀ,ଏୟାରଫିଲ୍ଡ ଓ ପିପିଲି ଅଞ୍ଚଳକୁ ପଠାଉଥିଲେ।
ବ୍ୟାଙ୍କ୍‌ ଡକାୟତିରେ ସାମିଲ
ବ୍ରାଉନ ସୁଗାର ବେପାର ସହ ବ୍ୟାଙ୍କ୍‌ ଡକାୟତି ଭଳି ଅଭିଯୋଗ ଏହି ଗ୍ୟାଙ୍ଗ୍‌ ନଁାରେ ରହିଛି। ନିକଟରେ ଜଙ୍କିଆ ଥାନା ଅଞ୍ଚଳର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସେମାନେ ଡକାୟତି କରିଥିଲେ। ଏନେଇ ଜଙ୍କିଆ ଥାନାରେ ଏକ ମାମଲା କରାଯାଇଛି। ତେଣୁ ସେମାନଙ୍କ ଆଉ କେଉଁ ଡକାୟତି ଓ ଅନ୍ୟ ଅପରାଧରେ ସମ୍ପୃକ୍ତି ରହିଛିି ତାହା ଜାଣିବା ପାଇଁ ଏସ୍‌ଟିଏଫ୍‌ ସେମାନଙ୍କୁ ରିମାଣ୍ଡରେ ନେବ। ଏଥିଲାଗି କୋର୍ଟରେ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଛି।
ଅଞ୍ଜଳି ଦିଦି ଲିଙ୍କ୍‌
ବାଂଲାଦେଶରୁ ଯୁବତୀ ଚାଲାଣ ମାମଲାରେ ଗିରଫ ହୋଇଥିବା ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍‌ ଲିଙ୍କ୍‌ରେ ରହିଥିଲେ ଏହି ୩ ଅଭିଯୁକ୍ତ। ସେମାନେ ବାଂଲାଦେଶରୁ ବ୍ରାଉନ ସୁଗାର ଆଣିବା ସମୟରେ ଅଞ୍ଜଳି ଦିଦିଙ୍କ ସହ ଭେଟ ହୋଇଥିଲା। ତେଣୁ ଏହି ଗ୍ୟାଙ୍ଗ ଯୁବତୀ ଚାଲାଣରେ ସମ୍ପୃକ୍ତ ରହିଥିବା ପୋଲିସ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri