କୋଟାରୁ ଫେରିଲେ ୧୭ ଛାତ୍ରୀଛାତ୍ର

ବାରିପଦା ଅଫିସ, ୫ା୫- ରାଜସ୍ଥାନର କୋଟାରେ ଫସି ରହିଥିବା ୧୭ ଜଣ ଛାତୀଛାତ୍ର ମଙ୍ଗଳବବାର ମୟୂରଭଞ୍ଜ ଫେରିଛନ୍ତି। ସେମାନଙ୍କ ସହିତ ୫ ଜଣ ଅଭିଭାବକ ଓ ୨ ବସ୍‌ର ଡ଼୍ରାଇଭର ଓ ହେଲପର ମଧ୍ୟ ଫେରିଛନ୍ତି। ଗତ ୧ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବସ୍‌ ରାଜସ୍ଥାନକୁ ପଠାଯାଇଥିଲା। ବସ୍‌ରେ ଆସିଥିବା ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ପ୍ରୟାସ ହଲ୍‌ ନିକଟସ୍ଥ ଏକ କ୍ୱାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି। ସେଠାରେ ୧୪ ଦିନ କ୍ୱାରାଣ୍ଟାଇନ ଶେଷ ହେବା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।