କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ଚିନ୍ତା

ବାଲେଶ୍ୱର ଅଫିସ, ୨୭।୫-ଗୁଜୁରାଟର ସୁରଟ ଜିଲା ଅନ୍ତର୍ଗତ ସୁରଥନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟରରେ ଗତ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ଜଣ ଛାତ୍ରୀଛାତ୍ର ମୃତ୍ୟୁବରଣ କରିବା ପରେ ବାଲେଶ୍ୱର ଜିଲାରେ ଚାଲିଥିବା କୋଚିଂ ସେଣ୍ଟରରେ ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ପ୍ରତିବର୍ଷ ବାଲେଶ୍ୱର ସହରରେ କମ୍ପ୍ୟୁଟର ସେଣ୍ଟର ସମେତ ବିଭିନ୍ନ କୋଚିଂ ସେଣ୍ଟର ଛତୁ ଫୁଟିଲା ପରି ଖୋଲୁଛି। କେତେକ କୋଚିଂ ସେଣ୍ଟର ସରକାରଙ୍କଠାରୁ ଅନୁମତି ପାଇଥିବା ବେଳେ ଆଉ କେତେକ ବେଆଇନ ଭାବେ ହଷ୍ଟେଲ ଖୋଲି ଶତାଧିକ ପିଲାମାନଙ୍କୁ ରଖାଇ କୋଚିଂ ଦେବାର ବ୍ୟବସ୍ଥା କରିଛନ୍ତି। ଅଗ୍ନିଶମ ବିଭାଗ ଏବଂ ବିଭାଗୀୟ ଅଧିକାରୀ ଏସବୁ କୋଚିଂ ସେଣ୍ଟରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ ନ କରି ଉଦାସୀନ ରହୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ମାଟ୍ରିକ୍‌, ଯୁକ୍ତ ଦୁଇ ଏବଂ ସ୍ନାତକ ପାସ୍‌ କରିବା ପରେ ଛାତ୍ରୀଛାତ୍ରମାନେ ନିଜର କ୍ୟାରିୟର ଗଠନ ଲାଗି ବିଭିନ୍ନ କୋଚିଂ ସେଣ୍ଟରର ସହଯୋଗ ନେଇଥାନ୍ତି। ଏପରିକି କେଉଁ ବିଷୟରେ ଅଧ୍ୟୟନ କଲେ ନିଜର ପସନ୍ଦଯୋଗ୍ୟ ଚାକିରି ମିଳିବ ସେ ବାବଦରେ ମଧ୍ୟ ଯୋଗାଯୋଗ କରିଥାନ୍ତି। ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ସେମାନେ କୋଚିଂ ସେଣ୍ଟରକୁ ପାଠ ପଢିବାକୁ ଯାଇଥାନ୍ତି। ଅନ୍ୟପକ୍ଷେ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଏସବୁ ସଂସ୍ଥା ହୋର୍ଡିଂ ମାଧ୍ୟମରେ ବିଭିନ୍ନ ପ୍ରଚାର କରିଥାନ୍ତି। ସେମାନେ କୋଚିଂ ଦେବା ସକାଶେ ଯଥେଷ୍ଟ ଅର୍ଥ ଆଦାୟ କରୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତି ନଜର ରଖୁ ନ ଥିବା କେତେକ ଅଭିଭାବକ ଏଠାରେ ଅଭିଯୋଗ କରିଛନ୍ତି। କୌଣସି ସ୍ଥାନରେ ଫାୟାର ସେଫ୍ଟି ବ୍ୟବସ୍ଥା ଅଛି କି ନାହିଁ ପ୍ରଶାସନ ପକ୍ଷରୁ ମଧ୍ୟ ତାହାକୁ ଯାଞ୍ଚ କରାଯାଉନାହିଁ। ଅଭିଭାବକମାନଙ୍କ ଏହି ଅଭିଯୋଗ ସମ୍ପର୍କରେ ଜିଲା ଆଞ୍ଚଳିକ ଅତିରିକ୍ତ ଅଗ୍ନିଶମ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ କହିଛନ୍ତି, ରାଜ୍ୟ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନର ନିରାପତ୍ତା ନିମନ୍ତେ ସ୍ବତନ୍ତ୍ର ଆଇନ ପ୍ରଣୟନ । ନିୟମ ଅନୁଯାୟୀ କୌଣସି ଶିକ୍ଷାନୁଷ୍ଠାଡ଼ କାର୍ଯ୍ୟ କରି ନ ଥିଲେ ଏହି ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋଠାଘରର ପ୍ଲାନ ଆପ୍ରୋଭାଲ ସମୟରେ ଫାୟାର ସେଫ୍ଟି ବ୍ୟବସ୍ଥା ସ୍ଥାନ ପାଇଥିବା ଦରକାର। ବାଲେଶ୍ୱର ସହରରେ ୧୬ରୁ ଊର୍ଦ୍ଧ୍ୱ ଅନୁଷ୍ଠାନକୁ ଚିହ୍ନଟ କରାଯାଇ ଫାୟାର ସେଫ୍ଟି ବ୍ୟବସ୍ଥା ଲାଗି ନୋଟିସ୍‌ ଦିଆଯାଇଛି। ବିଭାଗୀୟ କର୍ମକର୍ତ୍ତାମାନଙ୍କ ମାଧ୍ୟମରେ ଅଧିକ ଅନୁସନ୍ଧାନ ଚାଲୁ ରହିଛି। ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ କହିଛନ୍ତି, କୌଣସି କୋଚିଂ ସେଣ୍ଟର କିମ୍ବା କମ୍ପ୍ୟୁଟର ସେଣ୍ଟର ଖୋଲିବା ସକାଶେ ଅନୁମତି ନେବା ଲାଗି ଜିଲା ପ୍ରଶାସନକୁ କେହି ଆବେଦନ କରିନାହାନ୍ତି। ଦିନକୁ ଦିନ ବଢି ଚାଲିଥିବା ଘଟଣା ଓ ଦୁର୍ଘଟଣାକୁ ଆଖି ଆଗରେ ରଖି ଏ ଦିଗରେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri