Categories: ଭଦ୍ରକ

କୋଇଲା ସହ ପିକ୍‌ଅପ୍‌ ଭ୍ୟାନ ଜବତ:ଜଣେ ଗିରଫ

ତିହିଡ଼ି, ୧୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଜିଝାରପୁର ଗ୍ରାମରୁ ଶନିବାର ରାତିରେ ପୋଲିସ ୪୦ବସ୍ତା କୋଇଲା ଜବତ କରିଛି। ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଓଡି୨୨କେ୦୦୨୬)ରେ ଏହି କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ ଜବତ କରିଥିଲା। ଏହି ଘଟଣାରେ ପୋଲିସ ଏକ ମାମଲା(ନଂ.୩୬୪/୧୯) ରୁଜୁ କରି କୋଇଲା ନେଇ ଯାଉଥିବା ଗାଡ଼ି ଚାଳକ ସନ୍ତୋଷ ନାୟକଙ୍କୁ ଗିରଫ କରିଛି। ସନ୍ତୋଷଙ୍କ ଘର ବାସୁଦେବପୁର ଥାନା ଅଧୀନ ରାଧାନାଥପୁର ଗ୍ରାମରେ। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।