କୋଇଲା ବୋଝେଇ ଟ୍ରେନ୍‌ରୁ ବାହାରିଲା ଅଜଣା ମୃତଦେହ: ପୋଲିସର ତଦନ୍ତ ଜାରି

ବଅଁରପାଳ,୩୦ା୫(ଡି.ଏନ୍‌.ଏ.): ଶନିବାର ସକାଳେ ଅନୁଗୋଳ ଜିଲା ତାଳଚେର କୋଇଲା ଖଣିରୁ ନାଲ୍‌କୋ ସିପିପି ପ୍ଲାଣ୍ଟକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଏକ ଅଜଣା ମୃତହେହ ଦେଖିବାକୁ ମିଳିଛି। କୋଇଲା ଭିତରେ ମୃତଦେହଟି ପୋତି ହୋଇ ଯାଇଥିବା ବେଳେ କେବଳ ମୃତକଙ୍କ ଗୋଡ଼ ଦୁଇଟି କେବଳ ବାହାରକୁ ଦେଖାଯାଉଥିଲା। ପ୍ଲାଣ୍ଟ୍‌କୁ ଭିତରକୁ ଟ୍ରେନ୍‌ ଆସିବା ପରେ ଲୋକେ ଅନ୍‌ଲୋଡିଂ କରିବା ସମୟରେ ଏପରି ଦେଖିବାକୁ ପାଇଥିଲେ। ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ମୃତକଙ୍କ ସମ୍ପର୍କରେ କୌଣସି ପରିଚୟ ମିଳିନାହିଁ।