କୋଇଲା ଟ୍ରକ ଜବତ, ଡ୍ରାଇଭର ଗିରଫ

ଭୁବନ, ୧୪।୯(ଡି.ଏନ.ଏ.)-କୋଇଲା ଚୋରା ଚାଲାଣ ବେଳେ ଭୁବନ ପୋଲିସ ଏକ ଟ୍ରକ୍‌କୁ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ଟ୍ରକ୍‌ର ନମ୍ବର ନକଲି ବୋଲି ଜଣାପଡ଼ିଛି। ଚାଳକ ଢେଙ୍କାନାଳ ସଦର ଥାନା ବାରଦା ଗ୍ରାମର ଗଜେନ୍ଦ୍ର ବରାଳ (୨୯)ଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଉକ୍ତ ଟ୍ରକ୍‌ଟି ତାଳଚେରରୁ ବାଲେଶ୍ୱର ଇମାମି କମ୍ପାନୀକୁ ଯାଉଥିଲା। ଗାଡ଼ିଟିର ପ୍ରକୃତ ନମ୍ବର ଓଆର୍‌ ୧୯ ଏନ୍‌ ୪୮୩୪ ହୋଇଥିବାବେଳେ ଏହାର ନମ୍ବର ପ୍ଲେଟ୍‌ରେ ଓଆର ୦୬ ଜି ୪୧୧୯ ଦର୍ଶାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ଘଟଣାର ଖୋଳତାଡ଼ କରାଯାଉଥିବା ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ସୂଚନା ଦେଇଛନ୍ତି।