କେସିଙ୍ଗା ବ୍ଲକର ୫ଟି ଗ୍ରାମପଞ୍ଚାୟତର ବନ୍ୟାଞ୍ଚଳ ବୁଲି ଦେଖିଲେ ବିଧାୟକ

କେସିଙ୍ଗା,୧୭।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୫ଟି ଗ୍ରାମପଞ୍ଚାୟତରେ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୁପିନ୍ଦର ସିଂହ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । କେସିଙ୍ଗା ବ୍ଲକର ତୁର୍ଲାଖମନ, ତୁଣ୍ଡଲା, ହାତୀଖୋଜ, ସିର୍ଜାପାଲି ଓ ବେଲଖଣ୍ଡି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ବିଧାୟକ ବୁଲି ଦେଖିଥିଲେ । ତୁଣ୍ଡଲା ଗ୍ରାମ ପଞ୍ଚାୟତର ରଜାପଡା ଗ୍ରାମର ଓ ରଜାପଡାର ୩ଜଣଙ୍କ ଘର ସମ୍ପର୍ଣ୍ଣ ଭାଙ୍ଗିଯାଇଛି । ସେହିପରି ରଣାପଡା ରୋଡଠାରୁ ନଦୀ ରାସ୍ତା ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଛି । ତୁଣ୍ଡଲା ଗ୍ରାମ ପଞ୍ଚାୟତର ବ୍ରଜମଣି ଥପା (୫୫), ମାନ୍ଦାତା ରଣା (୫୦), ପର୍ଣ୍ଣ ରଣା (୩୨)ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସିର୍ଜପାଲି ଗ୍ରାମ ପଞ୍ଚାୟତର ହରିଜନପଡାରେ ପାନୀୟ ଜଳ ଓ ରାସ୍ତା ନିର୍ମାଣ ପାଇଁ ପଡାବାସୀ ବିଧାୟକଙ୍କ ସମ୍ମୁଖରେ ଦାବି ଜଣାଇଥିଲେ । ଏହି ପଞ୍ଚାୟତରେ ୩ ମାସ ହେଲା ବର୍ଷା ଋତୁରେ ପଞ୍ଚାୟତ ପକ୍ଷରୁ କିରୋସିନ ଯୋଗାଣ କରାଯାଇ ନ ଥିବା ମଧ୍ୟ ପଡାବାସୀ ଅଭିଯୋଗ କରିଥିଲେ । ଗତ ବନ୍ୟାରେ ପିପଲପଦରଠାରୁ ସିର୍ଜାପାଲି ଗ୍ରାମକୁ ସଂଯୋଗ ହୋଇଥିବା ଆରଡି ରାସ୍ତା ପ୍ରାୟ ୫୦୦ ଫୁଟ ପର୍ଯ୍ୟନ୍ତ ୨ଟି ଘାଇ ସୃଷ୍ଟି ହୋଇଥିବାରୁ ସ୍କୁଲ, କଲେଜ ଛାତ୍ରୀଛାତ୍ରମାନେ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ହେଉଥିବାରୁ ଆରଡି ବିଭାଗର ଏସଡିଓଙ୍କୁ କାଲିଠୁ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବେଲଖଣ୍ଡି-ସିର୍ଜାପାଲି ଗ୍ରାମର ମଝି ରାସ୍ତା ମୁଡାଟାଲ ୩୦୦ ଫୁଟରୁ ଊର୍ଦ୍ଧ୍ୱ ଧୋଇ ହୋଇ ରାସ୍ତା ଘାଇ ସୃଷ୍ଟି ହୋଇଛି । ବେଲଖଣ୍ଡି ଗ୍ରାମ ପଞ୍ଚାୟତର ପଲସାପଡା, ପଲମ ରାସ୍ତା ମଧ୍ୟ ତଦୃପ । ସିର୍ଜାପାଲି ଗ୍ରାମର ୧୭୦ ହେକ୍ଟର, ବେଲଖଣ୍ଡି ୧୫୦ ହେକ୍ଟର, ହାତୀଖୋଜ ଗ୍ରାମର ୫୦ ହେକ୍ଟର ଜମିରେ ବାଲିଚର ଓ ଧାନ ନଷ୍ଟ ହୋଇଥିବା ବିଧାୟକ ବୁଲି ଦେଖିଥିଲେ । ଏହି ୫ଟି ଗ୍ରାମପଞ୍ଚାୟତରେ ବାଲିଚର ଓ ଘର ଭାଙ୍ଗିଥିବା ଲୋକଙ୍କ ରାଜସ୍ବ ନିରୀକ୍ଷକ ଠିକ୍‌ ଭାବରେ ଆକଳନ କରୁ ନ ଥିବାରୁ ବିଧାୟକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଶେଷରେ ବେଲଖଣ୍ଡି ଶିବ ମନ୍ଦିରରେ ଏକ ବୈଠକ କରି ବିଭାଗୀୟ ଅଧିକାରୀଙ୍କୁ କ୍ଷୟକ୍ଷତି ରାସ୍ତା ଘାଟ ମରାମତି, ଘର ଆଦି ବିଷୟରେ ବିଧାୟକ ଯୁଦ୍ଧକାଳୀନ ଭିର୍ତ୍ତିରେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ବେଳେ କେସିଙ୍ଗା ଏବିଡିଓ ରାଜେନ୍ଦ୍ର ଶର୍ମା, ଆରଡି ବିଭାଗର ଏସଡିଓ ଚିତ୍ତରଞ୍ଜନ ନାଏକ, ଜେଇ, ସରପଞ୍ଚ, ୱାର୍ଡମେମ୍ବର, ସମସ୍ତ ବିଭାଗୀୟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri