କେସାପାଲି-ଭାଲିଆକଟା ରାସ୍ତା କାମରେ ଅନିୟମିତତା

ସମ୍ବଲପୁର,୨୫ା୫ (ବ୍ୟୁରୋ): ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ପାଇଁ ସରକାର ରାସ୍ତା ନିର୍ମାଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜକୋଷରୁ ଟଙ୍କା ଦେଉଛନ୍ତି । ହେଲେ ଯେଉଁ ବିଭାଗ ମାଧ୍ୟମରେ କାମ ହେଉଛି ସେହି ବିଭାଗର ଅଧିକାରୀ ହିଁ ଠିକାଦାର ଓ ଠିକା ସଂସ୍ଥାକୁ ଦୁର୍ନୀତି କରିବାକୁ ପ୍ରୋତ୍ସାହନ ଦେଉଥିବା ଅନେକ ସ୍ଥାନରେ ଅଭିଯୋଗ ହେଉଛି। କଂକ୍ରିଟ ରାସ୍ତା ଫାଟିବା ଓ ପିଚୁ ଉଠିଯିବା ଭଳି ଅନେକ ଘଟଣା ସାମ୍‌ନାକୁ ଆସିଛି ।
ଯୁଯୁମୁରା ବ୍ଲକ କେସାପାଲି-ଭାଳିଆକଟା (ଭାୟା ବଡମାଲ) ଗ୍ରାମ ରାସ୍ତା ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ୟୟ ଅଟକଳ ଅନୁସାରେ ରାସ୍ତାରେ ଗେଟି ବା ମେଟାଲ ମିଶ୍ରଣ କରାଯାଉ ନାହିଁ । ଅଧିକ ପରିମାଣର ଡଷ୍ଟ ମିଶାଇ ରାସ୍ତାରେ ବିଛା ଯାଉଛି । ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉ ନାହିଁ । ରାସ୍ତା ଉପରେ ରୋଲିଂ କରାଯାଉ ନାହିଁ । ସୂଚନା ଫଳକ ନିର୍ମାଣ କରାଯାଇ ନାହିଁ। ତେଣୁ ଲୋକମାନେ ରାସ୍ତା ନିର୍ମାଣ ସମ୍ପର୍କରେ ଜାଣି ପରୁନାହାନ୍ତି । ସ୍ଥାନୀୟ ଠିକା ସଂସ୍ତା ଓ କର୍ମଚାରୀଙ୍କୁ ପଚାରିଲେ ସେମାନେ କିଛି କହୁନାହାନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଠିକା କାମ ଜଣେ ରାଜନେତାଙ୍କ ସମ୍ପର୍କୀୟ ନେଇଥିବାରୁ କେହି କିଛି କହିବାକୁ ଭୟ କରୁଛନ୍ତି । ବିଭାଗର ଏଭଳି ଠିକାଦର ପୋଷା ନୀତି ଯୋଗୁ ରାସ୍ତାର ସ୍ଥାୟିତ୍ୱ ରହିବ ନାହିଁ । ତେଣୁ ନିର୍ମାଣ କାମକୁ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଜେଇ ସତ୍ୟଜିତ ସାମଲଙ୍କୁ ପଚାରିବାରୁ ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉ ନ ଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ନିମ୍ନମାନର କାମ ଉପରେ ହୋଇଥିବା ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ସୂଚାନ ଯୋଗ୍ୟ ଯେ, କେସାପାଲି ଗ୍ରାମଠାରୁ ଭାୟା ବଡମାଲ ଗ୍ରାମ ଦେଇ ଭାଲିଆକଟା ଗ୍ରମକୁ ସଂଯୋଗ କରିବ। ଏହା ଯୁଯୁମୁରା ଓ ରେଢାଖୋଲ ବ୍ଲକକୁ ସଯୋଗ କରିବ । ଏହି ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ରାସ୍ତା ନିର୍ମାଣ ପାଇଁ ସରକାର ଅନୁଦାନ ଦେଇଛନ୍ତି । ୧୩ କି.ମି. ରାସ୍ତା ପାଇଁ ପ୍ରାୟ ୧୬ କୋଟି ଟଙ୍କା ଟେଣ୍ଡର କରାଯାଥିଲା । ୨୦୧୮ ମାର୍ଚ୍ଚ ୨୮ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଳ ମଲ୍ଳିକ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ ରାସ୍ତା କାମ ଲାଗି ଶିଳାନ୍ୟାସ କରିଥିଲେ । ଏହି ରାସ୍ତା ଉପରେ ଅଞ୍ଚଳର ୧୭ରୁ ଅଧିକ ଗ୍ରାମ ଓ ପଡା ନିର୍ଭର କରେ। ରାସ୍ତା ନିର୍ମାଣ ଆରମ୍ଭ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା । ହେଲେ ଏବେ ନିମ୍ନମାନର କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri