କେରଳରେ ଫସିଥିବା ୪୦ ଜଣ ଭଦ୍ରକ ଫେରୁଛନ୍ତି

ଭଦ୍ରକ ଅଫିସ,୪ା୫: କେରଳରେ ଫସିଥିବା ୪୦ ଜଣ ସୋମବାର ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ଭଦ୍ରକ ଜିଲା ପ୍ରଶାସନ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଏମାନଙ୍କୁ ଭଦ୍ରକ ଆଣୁଥିବା ଜଣାପଡ଼ିଛି। ସମସ୍ତ କେରଳ ଫେରନ୍ତାଙ୍କର ଧାମନଗର ଛକ ଆଇଟିଆଇଠାରେ ସ୍କ୍ରିନିଂ କରାଯିବା ପରେ ପଞ୍ଚାୟତସ୍ତରୀୟ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯିବ ବୋଲି କୁହାଯାଇଛି।