Posted inଖେଳ

କେପିଏଲ୍‌ ଫିକ୍ସିଂ: ନିଜ ଆଡ଼ୁ ତଦନ୍ତ କରୁଛି ବିସିସିଆଇ

ମୁମ୍ବାଇ,୯।୧୧-କର୍ନାଟକ ଉଇକେଟ କିପର ସି.ଏମ୍‌. ଗୌତମ ଓ ମିଜୋରାମ ଅଧିନାୟକ ଆବରାର କାଜି ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ବିସିସିଆଇର ଚିନ୍ତା ବଢ଼ିଯାଇଛି। ଏପରି କି ବିସିସିଆଇ କ୍ରିକେଟରୁ ଦୁର୍ନୀତି ଦୂରେଇବାକୁ ସକ୍ଷମ କି ନାହିଁ ପ୍ରଶ୍ନ ଉଠିଛି। ଏଠାରେ ଦୁଇଟି ପଏଣ୍ଟ ରହିଛି। ବାଙ୍ଗାଲୋର ପୋଲିସ ଚାର୍ଜଶିଟ ଦାଖଲ କଲେ, ଏହାର ତଦନ୍ତ ପ୍ରକ୍ରିୟା ଶେଷ ହେବ। ଆମେ ଚାର୍ଜଶିଟ୍‌ର ଏକ କପି ନେବୁ। ଦ୍ୱିତୀୟତଃ ଆଉ କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ବିରୋଧରେ ତଦନ୍ତ ଚଳାଇଛୁ। ଆମେ ସେମାନଙ୍କ ମତ ନେବୁ ଓ ନିଜକୁ ବଞ୍ଚାଇବାକୁ ମଧ୍ୟ ସୁଯୋଗ ପ୍ରଦାନ କରିବୁ। ଏହାପରେ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ବିସିସିଆଇର ଦୁର୍ନୀତି ବିରୋଧୀ ୟୁନିଟ ମୁଖ୍ୟ ଅଜିତ ସିଂ କହିଛନ୍ତି। ସାମିଲ ଥିବା ଖେଳାଳି, ସପୋର୍ଟରଙ୍କ ନାମ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ। କେପିଏଲ୍‌ରେ ଫିକ୍ସିଂ ଅଭିଯୋଗ ଅନୁଯାୟୀ ଆମ ତଦନ୍ତ ଚାଲିଛି। ଆମେ ପୋଲିସ ସହ ଯୋଗାଯୋଗରେ ଅଛୁ। କିଛି ଗୁରୁତ୍ୱପୂର୍ଣ୍ଣ ଥିଲେ, ଆମେ ପୋଲିସଙ୍କୁ ଦେବୁ। କାରଣ ସେମାନଙ୍କ ଆଇନଗତ ଅଧିକାର ରହିଛି। ଆମେ କେବଳ ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ କିମ୍ବା ଖେଳ ସହ ଜଡ଼ିତ ଥିବା ଅନ୍ୟ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବୁ। କିନ୍ତୁ ବୁକିଙ୍କ ବିଷୟରେ କିଛି କରିପାରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳଯାତ୍ରୀଙ୍କ ପାଇଁ ଖୁସିଖବର! ବୋର୍ଡିଂ ନିୟମରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୨।୨: ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଏକ ବଡ଼ ସୁବିଧା ଦେବାକୁ ପ୍ରସ୍ତୁତି ଚଳାଇଛି। ଏଣିକି ଯାତ୍ରୀମାନେ ନିଜର ବୋର୍ଡିଂ ପଏଣ୍ଟ (ଯେଉଁ ଷ୍ଟେଶନରୁ ଟ୍ରେନ ଚଢ଼ିବେ) ବଦଳାଇବା…

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ନିଟିବାଡି ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁଁହି, ଟଳିଲେ ୨…

ଫୁଲବାଣୀ, ୨୨।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ…

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ବାହାଘର ପରେ କନିଆକୁ ଧରି ଘରକୁ ଫେରୁଥିଲେ, ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଧରି ପ୍ରେମିକ ଛୁ

ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର…

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri