କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ଶ୍ରମିକ ସଂଘ

ବନ୍ତ,୮।୧(ସ୍ବ.ପ୍ର.): କେନ୍ଦ୍ରୀୟ ଶ୍ରମିକ ସଂଘ, ଫେଡେରେଶନ ଓ ଆସୋସିଏଶନ ପକ୍ଷରୁ ଭଦ୍ରକ ଜିଲା ଆଗରପଡ଼ା ବଜାରରେ ବୁଧବାର ସକାଳୁ ବନ୍ଦ ପାଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦ ସଭାରେ ଶ୍ରମିକ ନେତାମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ଓ ଦରଦାମ ବୃଦ୍ଧିକୁ ସମାଲୋଚନା କରିଛନ୍ତି। ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।