Categories: ବାଣିଜ୍ୟ

କେନ୍ଦ୍ର ଖଣି ମନ୍ତ୍ରୀଙ୍କ ନାଲ୍‌କୋ ଗସ୍ତ

ଭୁବନେଶ୍ୱର,୧୦-୧୧: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଳାଦ ଯୋଶୀ ସ୍ଥାନୀୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ(ନାଲକୋ) ଭବନ ଗସ୍ତ କରିଛନ୍ତି। ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ସେ ବୃକ୍ଷରୋପଣ କରିଥିଲେ। ବାତ୍ୟା ଫନି ପରେ ନାଲ୍‌କୋ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏହାକୁ ଆଗକୁ ବଢାଇବା ଦିଗରେ ଯୋଶୀ ମଧ୍ୟ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କର୍ମଚାରୀଙ୍କ ନିଷ୍ଠାପର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। କମ୍ପାନୀକୁ ଆହୁରି ଶସକ୍ତ କରିବା ଦିଗରେ କର୍ମଚାରୀମାନେ ସେମାନଙ୍କ ଯୋଗଦାନ ରଖିବାକୁ ସେ ଆହ୍ବାନ ଜଣାଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ଏମ୍‌ପି ଅପରାଜିତା ଷଡଙ୍ଗୀ, ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ଯୁଗ୍ମ ସଚିବ ଅନୀଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share