କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଯୋଗାଇ ଦିଆଯିବ ଅନ୍‌ସ୍ଲୋ ହାଇସ୍କୁଲର ୧୩ ଶ୍ରେଣୀଗୃହ: ଜିଲାପାଳ

ଛତ୍ରପୁର,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥିପାଇଁ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନସ୍ଲୋ ହାଇସ୍କୁଲର ଏକ କୋଠାରେ ଅସ୍ଥାୟୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିବ। ଚେୟାର ଟେବୁଲ କିଣିବା ପାଇଁ ୩ ଲକ୍ଷ ଟଙ୍କା କେନ୍ଦ୍ରୀୟ ବିଦ୍ୟାଳୟକୁ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ନୂତନ କ୍ୟାମ୍ପସ ପାଇଁ ୧୦ ଏକର ଜମି ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର ଜମି ଚିହ୍ନଟ ହେବ। ଉକ୍ତ ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲ ବିଘ୍ନେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।