କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ଦାବି ଜିଲାପାଳଙ୍କୁ ଭେଟିଲେ ଅଭିଭାବକ ସଂଘ ପ୍ରତିନିଧି

ନୂଆଗାଁ(ଡି.ଏନ.ଏ.)/ନୟାଗଡ଼ ଅଫିସ, ୧୧।୬-ନୟାଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି। ସୋମବାର ଭୁବନେଶ୍ୱର ଓଡ଼ିଶା ଅଭିଭାବକ ସଂଘର ୪ ଜଣିଆ ପ୍ରତିନିଧି ଦଳ ନୟାଗଡ଼ ଆସି ଜିଲାପାଳଙ୍କ ନିକଟରେ ଏ ସମ୍ପର୍କରେ ଆଲୋଚନା କରି ଦାବି ଉପସ୍ଥାପନ କରିଛନ୍ତି । ନୟାଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ରମାନେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଏକାଦଶ ଶ୍ରେଣୀରେ ପଢିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏଠାରେ କିଭଳି ଭାବରେ ଏକାଦଶ ଶ୍ରେଣୀ ଖୋଲିବ ସେ ନେଇ ଓଡିଶା ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଉପାଧ୍ୟକ୍ଷ ପ୍ରସନ୍ନ କୁମାର ବିଶୋୟୀ, ଭୂମୋହନ ପଟ୍ଟନାୟକ ଓ ଉପଦେଷ୍ଟା ବିଜୟ କୁମାର ନନ୍ଦ ପ୍ରମୁଖ ଜିଲାପାଳ ଡା. ଏନ. ତିରୁମାଲା ନାୟକଙ୍କୁ ଭେଟିଥିଲେ। ନୟାଗଡ଼ ସମେତ ଏକା ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନ ଯଥା ସୋନପୁର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ନୂଆପଡ଼ା, ଭଞ୍ଜନଗର, କେନ୍ଦୁଝର, ଆସ୍କା ଆଦି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଥିଲା। ସେ ସମସ୍ତ ସ୍ଥାନରେ ଏକାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ନୟାଗଡ଼ରେ ଖୋଲାଯାଉ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟର ନୂତନଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ବିଦ୍ୟାଳୟକୁ ସ୍ଥାନାନ୍ତର କରା ନ ଯାଇ ବ୍ରଜେନ୍ଦ୍ର ହାଇସ୍କୁଲ ପରିସର ମଧ୍ୟରେ ପୂର୍ବପରି ଚାଲୁ ରହିଛି ା ଫଳରେ ନୂତନ ଗୃହକୁ ବିଦ୍ୟାଳୟ ସ୍ଥାନାନ୍ତରଣ ଏବଂ ଏକାଦଶ ଶ୍ରେଣୀ ଖୋଲିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ପକ୍ଷରୁ ପୂର୍ବରୁ ଆନ୍ଦୋଳନ କରାଯାଇଥିଲା। ଏପରିକି ଅତୀତରେ ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରମାନେ ଧାରଣା ଦେଇଥିଲେ । ଏହି ସମସ୍ୟାକୁ ଦୃଷ୍ଟି ଦେଇ ଓଡ଼ିଶା ଅଭିଭାବକ ସଂଘର ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ଜିଲାପାଳ ଖୁବ ଶୀଘ୍ର ନୂତନ ଗୃହକୁ ବିଦ୍ୟାଳୟ ସ୍ଥାନାନ୍ତରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଆଗାମୀ ଶିକ୍ଷା ବର୍ଷରୁ ଏକାଦଶ ଶ୍ରେଣୀ ଖୋଲିବ ବୋଲି ଜଣାପଡ଼ିଛି। ନୟାଗଡ଼ ଅଭିଭାବକ ସଂଘ ପକ୍ଷରୁ ରାଜେନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଦାଶ, ନିରଞ୍ଜନ ବିଶ୍ୱାଳ ଓଡ଼ିଶା ଅଭିଭାବକ ସଂଘ ପ୍ରତିନିଧି ଦଳ ସହ ଜିଲାପାଳଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri