Categories: ଜାତୀୟ

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଲାଗି ଅନୁଭବଙ୍କ ଦାବି

ନୂଆଦିଲ୍ଲୀ,୩୦ା୧୧: କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବିଜେଡି ଏମ୍‌ପି ଅନୁଭବ ମହାନ୍ତି ଶୁକ୍ରବାର ଦାବି କରିଛନ୍ତି। ଏହାଦ୍ୱାରା ଉକ୍ତ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସହ ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି। ଫେବୃୟାରୀରେ କେନ୍ଦ୍ରାପଡ଼ାକୁ ମାଲବାହୀ ଟ୍ରେନ୍‌ ଚାଲିବାକୁ ଯାଉଥିବାରୁ ଏଥିପାଇଁ ଅନୁଭବ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଲୋକ ସଭାରେ ଶୂନ୍ୟକାଳରେ କେନ୍ଦ୍ରାପଡା ଏମ୍‌ପି କହିଥିଲେ, ସ୍ବାଧୀନତାର ୭୨ ବର୍ଷ ବିତିଥିଲେ ହେଁ ଏପର୍ଯ୍ୟନ୍ତ କେନ୍ଦ୍ରାପଡାବାସୀ ରେଳଲାଇନ ଦେଖିପାରି ନ ଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହଯୋଗରୁ କେନ୍ଦ୍ରାପଡା ଦେଇ ହରିଦାସପୁର-ପାରାଦୀପ ରେଳଲାଇନରେ ମାଲ୍‌ବାହୀ ଟ୍ରେନ ଚଳାଚଳ କରିବାକୁ ଯାଉଛି। ଏହା ସହ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା କରିବାକୁ ସେ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

Share