କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଏମ୍‌ପି: ଆଇଆଇଏମ୍‌ସିର ଉନ୍ନତୀକରଣ କରାଯାଉ

ଢେଙ୍କାନାଳ ଅଫିସ,୧ା୮ – ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନର ଉନ୍ନତୀକରଣ କରାଯିବା ପାଇଁ ଏମ୍‌ପି ମହେଶ ସାହୁ ୨୭ ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସଂସ୍ଥାନକୁ ୨୬ ବର୍ଷ ପୂରିଥିବା ବେଳେ କୌଣସି ଆଖିଦୃଶିଆ ଉନ୍ନତୀକରଣ ହୋଇ ନ ଥିବା ଏମ୍‌ପି ପତ୍ରରେ ଦର୍ଶାଇଛନ୍ତି। ଢେଙ୍କାନାଳ ଶାଖାରେ ମାଷ୍ଟର ଡିଗ୍ରୀ ଇନ୍‌ ଜର୍ନାଲିଜିମ୍‌ ଆଣ୍ଡ ମାସ୍‌ କମ୍ୟୁନିକେଶନ, ପିଜି ଡିପ୍ଲୋମା ଇନ୍‌ ଆଡଭାଟାଇଜମେଣ୍ଟ ଓ ପବ୍ଲିକ ରିଲେଶନ, ଜରୁରୀ ପଦବୀ ପୂରଣ କରିବା, ଆଧୁନିକ ଉପକରଣ ସହିତ ଷ୍ଟୁଡିଓ, ଲାଇବ୍ରେରୀ ବ୍ୟବସ୍ଥା କରାଯିବା ଉପରେ ପଦକ୍ଷେପ ନେବାକୁ ଏମ୍‌ପି, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଜଣାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ା