କେନ୍ଦୁପତ୍ର ତୋଳାଳି, କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକୋ

ବଡ଼ଗାଁ,୧୧।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ ରାଜ୍ୟ ସଂଘର ଆହ୍ବାନକ୍ରମେ ବୁଧବାର ଗରିଆମାଲ ଗାଁ ନିକଟ ରାଜ୍ୟ ରାଜପଥ ନଂ.୧୦କୁ ଅବରୋଧ କରିଛନ୍ତି। ରାଉରକେଲା ଏଚ୍‌ଏମ୍‌ଏସ୍‌ର ସମ୍ପାଦକଙ୍କ ସହ ରେଞ୍ଜ ସମ୍ପାଦକଙ୍କ ନେତୃତ୍ୱରେ ଅବରୋଧ ପ୍ରାୟ ଦେଢ଼ ଘଣ୍ଟା ହୋଇଥିଲା। କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ଆଦି ଦାବିନେଇ ଏହି ଅବରୋଧ ହୋଇଛି। ପୂର୍ବରୁ ବଡଗାଁ କେନ୍ଦୁପତ୍ର କାର୍ଯ୍ୟାଳୟ ଆଗରେ ଧାରଣା ଦିଅଯାଇ ଦାବିପୂରଣ ନ କରାଗଲେ ରାସ୍ତା ଅବରୋଧ ଲାଗି ଚେତାବନୀ ଦିଆ ଯାଇଥିଲା। ଦାବି ପୂରଣ ନ ହେବାରୁ ଏହି ରାସ୍ତାରୋକୋ ହୋଇଛି।