କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା

ଫୁଲବାଣୀ ଅଫିସ/ ଫିରିଙ୍ଗିଆ,୩ା୩ କେନ୍ଦୁପତ୍ର ତୋଳାଳି, ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ୭ ଦଫା ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୋମବାରଠାରୁ ୨ଦିନିଆ ଧାରଣା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ କେନ୍ଦୁପତ୍ର ରେଞ୍ଜ ସମ୍ମୁଖରେ ଏହି ଧାରଣା ଦିଆଯାଇଛି। ଫୁଲବାଣୀ ଡିଭିଜନ ଅଧୀନରେ ଥିବା ୭ ରେଞ୍ଜ ଫୁଲବାଣୀ, ଗୋଛାପଡା ପୂର୍ବ, ଗୋଛାପଡ଼ା ପଶ୍ଚିମ, ବାଲିଗୁଡା, ତୁମୁଡିବନ୍ଧ, ଦଶପଲ୍ଲା, ଭଞ୍ଜନଗର ଅଫିସ ସମ୍ମୁଖରେ ସଂଘର ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଧାରଣା ଚାଲିଛି। ଏଥିସହ ଏକ ଦାବିପତ୍ର ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧୀକାରୀଙ୍କୁ ପ୍ରଦାନ କରାଯାଇଛି। ସିଜିନାଲ କର୍ମଚାରୀମାନଙ୍କ ଦରମା ହ୍ରାସ କରାଯାଇ ସେମାନଙ୍କୁ ଦିନ ମଜୁରିଆ ଭାବେ ପରିଗଣିତ କରିବା ନିଷ୍ପତ୍ତି ପ୍ରତ୍ୟାହାର ସହ ପ୍ରଧାନ ବନ ସଂରକ୍ଷକ ନଭେମ୍ବର ୧୪ରେ ଦେଇଥିବା ପ୍ରସ୍ତାବକୁ ୨୦୧୯ ମସିହାରୁ କାର୍ଯ୍ୟକାରୀ କରିବା, ୨୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାମ କରୁଥିବା ଚପରାଶିମାନଙ୍କୁ ୨୦ କୁଇଣ୍ଟାଲ ପତ୍ର ଆଦାୟ ହେଉ ନ ଥିବା ଆଳରେ ଉଚ୍ଛେଦକୁ ବନ୍ଦ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ କରିବା ସହ ବିକ୍ରୟ ନୀତିକୁ ସଂଶୋଧନ କରିବା ଆଦି ଦାବି ଉଲ୍ଲେଖ କରାଯାଇଛି। ଦାବି ପୂରଣ ପ୍ରତି ସରକାର ଟାଳଟୁଳ ନୀତି ଗ୍ରହଣ କଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଫୁଲବାଣୀ ଡିଭିଜନ ଅଫିସ ସମ୍ମୁଖରେ ସଂଘର ସମ୍ପାଦକ କର୍ଣ୍ଣଙ୍କ ସମେତ ଯୁଗ୍ମ ସମ୍ପାଦକ ଉପେନ୍ଦ୍ର କୁମାର ସାମଲ, କୋଷାଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ବହୁ ସଦସ୍ୟ ଧାରଣା ଦେଇଥିଲେ। ସେହିପରି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ରେଞ୍ଜ ଅଫିସ ସମ୍ମୁଖରେ ସଂଗଠନ ଆବାହକ କେଦାରନାଥ ଦଳବେହେରା, ସମ୍ପାଦକ ଦଶମୂଳ ମିଶ୍ର, ରବୀନ୍ଦ୍ର ବାରିକ, ଭିକାରୀ ଚରଣ ନାୟକ ପ୍ରମୁଖ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri