Posted inଖେଳ

‘କେଦାର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ’

ମୁମ୍ବାଇ, ୨୪।୫(ପି.ଟି.)- ଇଂଲଣ୍ଡରେ ଚଳିତମାସ ୩୦ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ବିଶ୍ୱକପରେ କେଦାର ଯାଦବ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଭାରତୀୟ ଉଇକେଟ କିପର ଚନ୍ଦ୍ରକାନ୍ତ ପଣ୍ଡିତ । ପଣ୍ଡିତ ୨୩ ବର୍ଷରୁ କମ୍‌ ମହାରାଷ୍ଟ୍ର ଦଳର କୋଚ୍‌ ଥିବାରୁ କେଦାରଙ୍କ ପ୍ରଦର୍ଶନ ଉପରେ ଦୀର୍ଘଦିନଧରି ନଜର ରଖିଛନ୍ତି। ”କେଦାରଙ୍କ ନିକଟରେ ପ୍ରତିଭା ଭରପୂର ହୋଇ ରହିଛି। ଗତ କିଛି ସିଜନରେ ସେ ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ସେ ଜଣେ ଉପଯୋଗୀ ଖେଳାଳି। କେବଳ ଯେ ଭଲ ବ୍ୟାଟ୍ସମ୍ୟାନ ତା ନୁହେଁ ସାମୟିକ ବୋଲରଭାବେ ମଧ୍ୟ ବେଶ୍‌ ସଫଳତା ପାଇଛନ୍ତି। ତେଣୁ ବିରାଟ କୋହଲି ତାଙ୍କ ଅଲରାଉଣ୍ଡ ଦକ୍ଷତାକୁ ଆବଶ୍ୟକ ସମୟରେ ବ୍ୟବହାର କରିପାରିବେ“ ବୋଲି ସମ୍ପ୍ରତି ବିଦର୍ଭ ଦଳର କୋଚ୍‌ ଥିବା ପଣ୍ଡିତ ପ୍ରକାଶ କରିଛନ୍ତି।
କେଦାର ଉଚ୍ଚସ୍ତରର କ୍ରିକେଟ ଖେଳିବା ଦକ୍ଷତା ରଖିଛନ୍ତି ବୋଲି ପଣ୍ଡିତ କହିଛନ୍ତି। ”କେଦାର ଥଣ୍ଡା ମିଜାଜର ଖେଳାଳି। ମିଡଲ ଅର୍ଡରରେ ଦଳକୁ ମ୍ୟାଚ ଜିତାଇବା କ୍ଷମତା ତାଙ୍କ ନିକଟରେ ରହିଛି। ସେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ରେ ୫/୬ ସ୍ଥାନ ପାଇଁ ଉପଯୁକ୍ତ। କେଦାରଙ୍କ ଉପସ୍ଥିତିରେ କୋହଲିଙ୍କ ପାଇଁ ଭଲ ବିକଳ୍ପ ରହିଛି। ମୁଁ ତାଙ୍କୁ ପିଲା ଦିନରୁ ଦେଖି ଆସିଛି ଏବଂ ତାଙ୍କ ପ୍ରତିଭା ସମ୍ପର୍କରେ ଜାଣିଛି। ସେ ନିଜ ଦକ୍ଷତାର ଉପଯୁକ୍ତ ବିନିଯୋଗ କରି ଆଜି ଏଠାରେ ପହଞ୍ଚତ୍ ପାରିଛନ୍ତି“ ବୋଲି ସେ ପ୍ରକାଶ କରିଛନ୍ତି। ବିଶ୍ୱକପ ପାଇଁ ଭାରତ ଅନ୍ୟତମ ଫେଭରାଇଟ ବୋଲି ଅନୁଭବ କରୁଛନ୍ତି ଚନ୍ଦ୍ରକାନ୍ତ। ଆଇପିଏଲ ଏବଂ ଅନ୍ୟ ସିରିଜ ଖେଳିବାପରେ ଏବେ ବିଶ୍ୱକପର ଚାପ ଆସିଛି। ଟିମ୍‌ କମ୍ବିନେଶନ ଓ ଚୟନ ଦୃଷ୍ଟିରୁ ଭାରତ ଅନ୍ୟତମ ଫେଭରାଇଟ ଦଳ। ଇଂଲଣ୍ଡରେ ପହଞ୍ଚତ୍ଥିବା ଦଳ ଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ ଶ୍ରେଷ୍ଠ ଦଳ ବୋଲି ସେ କହିଛନ୍ତି।
ବୁଧବାର ଇଂଲଣ୍ଡରେ ପହଞ୍ଚତ୍ଥିବା ଭାରତୀୟ ଦଳ ଗୁରୁବାର ଓଭାଲଠାରେ ଟ୍ରେନିଂ ଆରମ୍ଭ କରିଛି। ଜୁନ ୫ରେ ସାଉଥମ୍ପଟନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳି କୋହଲିଙ୍କ ଦଳ ଏହାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଷ୍ଟମ୍ପ୍ସ ପଛରେ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତି ବୋଲରମାନଙ୍କୁ ନିଶ୍ଚିତ ସାହାଯ୍ୟ କରିବ। ବିଶ୍ୱକପର ଚାପ ନିଶ୍ଚିତ ରହିବ। ତେବେ ଧୋନୀଙ୍କ ଉପସ୍ଥିତି ନୂଆ ବୋଲରମାନଙ୍କୁ ଉତ୍ସାହିତ କରିବ। ସ୍ଲଗ୍‌ ଓଭର ଗୁଡ଼ିକରେ ଧୋନୀ ବିପଜ୍ଜନକ ସାବ୍ୟସ୍ତ ହେବେ ବୋଲି ପଣ୍ଡିତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri