Categories: ଫୁରସତ

କେତେ ଝାଳ ବାହାରୁଛି ଜଣାଇଦେବ ସେନ୍‌ସର

ଆମେରିକାର ବୈଜ୍ଞାନିକମାନେ ଏକ ଛୋଟ ସେନ୍‌ସର ବିକାଶ କରିଛନ୍ତି ଯାହାକୁ ପିନ୍ଧିଲେ ବା ଲଗାଇଲେ ଶରୀରରୁ କେତେ ଝାଳ ବାହାରୁଛି ଜାଣିହେବ। ଏହାଦ୍ୱାରା ଡିହାଇଡ୍ରେଶନ ହେବ କି ନାହିଁ ତାହା ମଧ୍ୟ ଏଥିରୁ ଜାଣିହେବ । ଏହି ତଥ୍ୟ ସାଇନ୍ସ ଆଡ୍‌ଭାନ୍‌ସେସ୍‌ରେ ପ୍ରକାଶ ପାଇଛି। ସେନ୍‌ସରରେ ଏକ ସ୍ପାଇରାଲ ମାଇକ୍ରୋସ୍କୋପିକ ଟ୍ୟୁବ୍‌ ରହିଛି , ଯାହା ତ୍ୱଚାରୁ ଝାଳ ଶୋଷି ଆଣେ। ଶୋଷିବା ସମୟରେ ଟ୍ୟୁବ୍‌ ମଧ୍ୟରେ ଝାଳ ଯେଉଁ ବେଗରେ ଯାଏ ତାହାକୁ ମାପ କରି ସେନ୍‌ସର ଆମ ଶରୀରରୁ କେତେ ଝାଳ ବାହାରୁଛି ତାହା ଜଣାଇଦିଏ। ଏହା ସହ ଲଗାଯାଇଥିବା ଏକ କେମିକାଲ ସେନ୍‌ସର ଝାଳରେ ଥିବା ପୋଟାସିୟମ ଓ ସେଡିୟମର ସାନ୍ଧ୍ରତା ମାପ କରିଥାଏ। ଏହା ମଧ୍ୟ ଝାଳରୁ ସୁଇଟ ଗ୍ଲୁକୋଜ ସ୍ତର ମାପ କରିଥାଏ। କିନ୍ତୁ ଜଣେ ବ୍ୟକ୍ତିର ଝାଳରେ ଥିବା ସୁଇଟ ଗ୍ଲୁକୋଜ ସ୍ତରରୁ ବ୍ଲଡ୍‌ ଗ୍ଲୁକୋଜ ସ୍ତର ଜାଣିହେବନାହିଁ। ଏଣୁ କେମିତି ସୁଇଟ୍‌ ଗ୍ଲୁକୋଜ ସ୍ତରରୁ ବ୍ଲଡ୍‌ ଗ୍ଲୁକୋଜ ସ୍ତର ଜାଣିିହେବ ସେଥିପାଇଁ ଗବେଷଣା ଜାରି ରହିଛି। ସେନ୍‌ସରକୁ କପାଳ, ବାହୁ, ରିଷ୍ଟ୍‌ କିମ୍ବା ପିଠିର ଉପରଭାଗରେ ଲଗାଯାଇପାରିବ।

Share