Categories: ଜାତୀୟ

କେଜ୍‌ରିଓ୍ବାଲଙ୍କ ବିବାଦୀୟ ମନ୍ତବ୍ୟ: ଟ୍ରେନ୍‌ରେ ୫୦୦ ଟଙ୍କାର ଟିକେଟ କାଟି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇଁ ଦିଲ୍ଲୀ ଆସୁଛନ୍ତି ବିହାରୀ

ନୂଆଦିଲ୍ଲୀ,୩୦।୯:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲ ବିହାରବାସୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ୩୬୨ ଶଯ୍ୟା ବିଶିଷ୍ଟ ନୂଆ ଟ୍ରମା ସେଣ୍ଟରର ଆଧାରଶିଳା ରଖି ଦିଲ୍ଲୀରେ ମିଳୁଥିବା ଚିକିତ୍ସା ସୁବିଧାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିହାର ଲୋକ ଟ୍ରେନରେ ୫୦୦ଟଙ୍କାର ଟିକେଟ କାଟି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇଁ ଦିଲ୍ଲୀ ଆସୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ଯେଉଁଭଳି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି, ତାହା ଆଉ କୌଣସି ରାଜ୍ୟରେ ଉପଲବ୍ଧ ନାହିଁ। ଦିଲ୍ଲୀର ସରକାରୀ ଡାକ୍ତରଖାନାରେ ରାଜ୍ୟବାହାରୁ ୮୦ ପ୍ରତିଶତ ଲୋକ ଚିକିତ୍ସା ପାଇଁ ଆସୁଛନ୍ତି।

Share