Categories: ଜାତୀୟ

କେଜରିଓ୍ବାଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ନିର୍ଭୟାଙ୍କ ମା’!

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ଚାଲିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଟିକେଟରୁ କୁଆଡେ ନିର୍ଭୟାଙ୍କ ମା’ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଲଢିପାରନ୍ତି ବୋଲି ଆଲୋଚନା ହେଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳିଛି କି ନିର୍ଭୟାଙ୍କ ମା’ ଆଶା ଦେବୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିପକ୍ଷରେ ନୂଆଦିଲ୍ଲୀ ବିଧାନସଭା ଆସନରୁ ଲଢିବେ। ଏସବୁ ପରେ ଆଶା ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କର ରାଜନୀତିରେ ଆଦୌ ରୁଚି ନାହିଁ। କଂଗ୍ରେସର କୌଣସି ବ୍ୟକ୍ତିଙ୍କ ସହ ସେ ଏ ନେଇ କଥା ମଧ୍ୟ ହୋଇ ନାହାନ୍ତି। ତାଙ୍କୁ କେବଳ ଝିଅ ପାଇଁ ନ୍ୟାୟ ଦରକାର ଓ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ସେ ଅପେକ୍ଷା କରିଛନ୍ତି। ଆଉ ଏସବୁ ମନଗଢା କାହାଣୀ ବୋଲି ଆଶା ଦେବୀ ସ୍ପଷ୍ଟ କରିଛନ୍ତି।

Share