Categories: ଫୁରସତ

କେକ୍‌ରେ ଗଢ଼ନ୍ତି ନୂଆ ଦୁନିଆ

କେକ୍‌ରେ ଅନେକ ଅଜବ ଓ ସୁନ୍ଦର କଳାକୃତି ଦେଖିଥିବେ। ହେଲେ ଇଟାଲୀର ୨୬ ବର୍ଷୀୟ ପ୍ୟାଷ୍ଟ୍ରି ସେଫ୍‌ ମାତେଓ ସ୍ତୁଚିଙ୍କ କେକ୍‌ କଳାକୃତି କଥା ଭିନ୍ନ। ସେ କରୁଥିବା କେକ୍‌ ସମ୍ପୂର୍ଣ୍ଣ ଭାବେ ସତସତିକା ଛୋଟ ଦୁନିଆ ପରି ଲାଗେ। ଯେଉଁଠି ମଣିଷମାନେ ବିଭିନ୍ନ କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳେ। ଚାଷବାସ, ଗୃହ ନିର୍ମାଣଠୁ ଆରମ୍ଭକରି ଶର୍ଫିଂ, ନୌଚାଳନା, ମହାକାଶ ଯାତ୍ରା, ରାସ୍ତା ନିର୍ମାଣ ଭଳି ଅନେକ ଦୃଶ୍ୟକୁ ସେ କେକ୍‌ ମାଧ୍ୟମରେ ଦେଖାଇଥାଆନ୍ତି। ଏହି ଦୃଶ୍ୟ ସବୁକୁ ତିଆରି କରିବା ପାଇଁ ତାଙ୍କୁ ୨-୪ ଘଣ୍ଟା ସମୟ ଲାଗିଥାଏ।

Share