କୃଷି ସୂଚନା, ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି

ଖଜୁରିପଡ଼ା,୨୭ା୯(ଡି.ଏନ.ଏ.)- ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏହାର ସଫଳ ରୂପାୟନ ନିମନ୍ତେ ବହୁ ଟଙ୍କା ବ୍ୟୟ କରାଯାଉଛି। ମାତ୍ର କେତେକ କାରଣରୁ ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଯୋଜନା। ଖଜୁରିପଡ଼ା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ଖଜୁରିପଡ଼ା ବ୍ଲକ କାର୍ଯ୍ୟାଳୟକୁ ଲାଗି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଲାଗି କୋଠାଘର ନିର୍ମାଣ ହୋଇଛି। ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠା ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ଉଦ୍‌ଘାଟନ ହୋଇପାରନି କି ଏହା କୃଷକଙ୍କ ହିତରେ ଲାଗି ପାରିଲାନି। ଏବେ ଏହି କୋଠା ଭୂତକୋଠି ପାଲଟିଛି। ଚାରିପାଖେ ଗଛଲଟା ମାଡ଼ି ଗଲାଣି। କୋଠା କାହା ସ୍ବାର୍ଥ ପାଇଁ ନିର୍ମାଣ କରାଯାଇଛି ଓ କୃଷି ବିଜ୍ଞାନ କେନ୍ଦ୍ର କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ଏବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କୃଷକଙ୍କୁ ଚାଷ କାର୍ଯ୍ୟ ଓ ଚାଷ ପ୍ରଣାଳୀ ଉପରେ ସୂଚନା ବା ପରାମର୍ଶ ଦେବାପାଇଁ ହୋଇଥିବା ଏହି କେନ୍ଦ୍ର ଲକ୍ଷ୍ୟଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛି ବୋଲି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଲୋକେ ଧୀରେ ଧୀରେ କୃଷି କାର୍ଯ୍ୟକୁ ପଛରେ ପକାଇ ନିଜ ଗାଁ ଛାଡ଼ି ବାହାରକୁ ମୂଲ ଲାଗିବାକୁ ଯାଉଛନ୍ତି। ଖଜୁରିପଡ଼ା ବ୍ଲକ ୧୪ ପଞ୍ଚାୟତକୁ ନେଇ ଗଠିତ। ସମସ୍ତ ପଞ୍ଚାୟତରେ ଚାଷ କାର୍ଯ୍ୟ ଚାଲିଛି। ହେଲେ ଚାଷୀଙ୍କୁ ଠିକ ସମୟରେ ଚାଷ ସମ୍ପର୍କିତ ସୂଚନା ଓ ଉଚିତ ପରାମର୍ଶ ଦେବା ପାଇଁ ନିର୍ମିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସୁଫଳ ମିଳୁନି। ଅନ୍ୟପକ୍ଷରେ ଖଜୁରିପଡ଼ା କୃଷି କାର୍ଯ୍ୟଳୟକୁ ଗଲେ ଅଧିକାଂଶ ସମୟରେ ସହକାରୀ କୃଷି ଅଧିକାରୀଙ୍କୁ ଭେଟି ପାରୁନାହାନ୍ତି କୃଷକମାନେ। କାଁଭାଁ ବର୍ଷକୁ କୋଉଠି କେମିତି କୃଷକ ସମ୍ମିଳନୀ କରାଯାଉଛି । ତାହା ମଧ୍ୟ ହାତଗଣତି କେତେଜଣ ମହିଳା ଓ ପୁରୁଷଙ୍କୁ ନେଇ କାର୍ଯ୍ୟକ୍ରମ ଶେଷ କରି ଦିଆଯାଉଛି। ବ୍ଲକରେ ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ଅଛନ୍ତି। ୧୦ ହଜାର ୪ ଶହ ୬୭ ହେକ୍ଟର ଚାଷଜମି ଅଛି। ସେଥିରୁ ୫ ହଜାର ୧୮୫ ହେକ୍ଟର ଜମିରେ ଧାନଚାଷ କରାଯାଉଥିବା ବେଳେ ବଳକା ଜମିରେ ଅଣଧାନ ଚାଷ ହେଉଛି ବୋଲି ବ୍ଲକ ସହକାରୀ କୃଷି ଅଧିକାରୀ ଜଗନ୍ନାଥ ବାରିକ ପ୍ରକାଶ କରିଛନ୍ତି। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟକ୍ଷମ ନ ହେବା ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା। ଫଳରେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଉପ ନିର୍ଦ୍ଦେଶକ (କୃଷି) ପ୍ରଦୀପ କୁମାର ରଥଙ୍କ ସହ ଯୋଗାଯୋଗ କରିବାରୁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କୋଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା କହିଥିଲେ। ସାଉଥକୋ ବହୁ ଟଙ୍କାର ଏକ ଏଷ୍ଟିମେଟ ଦେଇଛି। ଉକ୍ତ ଅର୍ଥ ମଞୁର ହେବାରେ ବିଳମ୍ବ ହେଉଛି। ଅନ୍ୟପକ୍ଷରେ କୋଠା ଚାରିପାଖେ ମାଡ଼ିଥିବା ଲଟାବୁଦା ସଫା କରାଯିବା ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri