କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି: ମୁଖ୍ୟ ଶାସନ ସଚିବଙ୍କୁ ଛାତ୍ର ବିଜେଡିର ଦାବିପତ୍ର

ଭବାନୀପାଣା,୨୯।୧୧(ଡି.ଏନ୍‌.ଏ.): ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ପରେ ବର୍ତ୍ତମାନ କଳାହାଣ୍ଡି ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି ଜୋର ଧରିଛି। ରାଜ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଆସିଥିବା ବେଳେ କଳାହାଣ୍ଡି ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ଯୁବନେତା ମଣ୍ଟୁ ନାଏକ, ଛାତ୍ରନେତା ସିନୁ ବେହେରା, ରୋମାଞ୍ଚଳ ମେହେର, ଶ୍ରୀଚନ୍ଦନ ନାଏକ ପ୍ରମୁଖ ମୁଖ୍ୟ ଶାସନ ସଚିବଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।