Categories: ବାଣିଜ୍ୟ

କୁଶଳୀ ହେବେ ୨୦ ହଜାର ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ, ୧୦-୯: ଦେଶର ୨୦ ହଜାର ନିର୍ମାଣ ଶ୍ରମିକଙ୍କୁ କୁଶଳୀ କରି ଗଢି ତୋଳିବା ଲାଗି ନ୍ୟାଶନାଲ ସ୍ମିଲ ଡେଭଲପମେଣ୍ଟ କାଉନସିଲ(ଏନ୍‌ଏସ୍‌ଡିସି) ଏବଂ ରିୟଲ ଇଷ୍ଟେଟ ସଂଘ କ୍ରେଡାଇ ମିଳିତ ହୋଇ କାର୍ଯ୍ୟ କରିବେ। ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କର କୌଶଳ ବିକାଶ ଏବଂ ଉନ୍ନତିକରଣକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା କ୍ରେଡାଇ କହିଛି। ୨୦୧୧ରୁ କ୍ରେଡାଇ କୌଶଳ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି। ବିଭିନ୍ନ କମ୍ପାନୀଗୁଡିକର କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ପଦକ୍ଷେପ ନିଆଯାଉଛି। ଏଦିଗରେ ଏନ୍‌ ଏସ୍‌ଡିସି ଏବଂ କ୍ରେଡାଇ ମିଳିତ ଭାବେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ସୂଚନା ରହିଛି।

Share