ପରଜଙ୍ଗ, ୧୯।୭(ଡି.ଏନ.ଏ.)-ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇ ଗ୍ରାମରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୩ଦିନ ମଧ୍ୟରେ ୩ ଜଣଙ୍କ ଘରୁ କଳାକଳା ବୁଲାଇ ସାରିଲେଣି ଦୁର୍ବୃତ୍ତ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି।
ସୋମବାର ବିଳମ୍ବିତ ରାତିରେ ରାମ ମଲ୍ଲିକଙ୍କ ଘରେ ଚୋରମାନେ ପଶି ନଗଦ ଟଙ୍କା ନେଇ ପଳାଇଛନ୍ତି। ମଙ୍ଗଳବାର ଗୋପାଳସାହିର ଉମେଶ ଚନ୍ଦ୍ର ଭୂତିଆଙ୍କ ଘରେ ୪ଜଣ ପଶିଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଉଠିପଡ଼ିଥିଲେ। ଅଭିଯୁକ୍ତମାନେ ଭୁଜାଲି ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ଏଲ୍ଇଡି ଟିଭି, ସୁନା କାନଫୁଲ, ଟଙ୍କା, ମୋବାଇଲ ଫୋନ୍ ନେଇ ଫେରାର ହୋଇଯାଇଥିଲେ। ସେହିପରି ବୁଧବାର ରାତିରେ ପାତ୍ର ସାହିର ନରେନ୍ଦ୍ର କୁମାର ଜେନାଙ୍କ ଘରେ ଚୋର ପଶିଥିଲେ। ନରେନ୍ଦ୍ରଙ୍କ ବିଧବା ସ୍ତ୍ରୀ ଗୋଲାପ ଜେନା, ଝିଅ ଶୁଭଶ୍ରୀ ଶୋଇଥିବାବେଳେ ଦୁର୍ବୃତ୍ତମାନେ ଗ୍ରୀଲ୍ ତାଡ଼ି ଏଲ୍ଇଡି ଟିଭି, ଫ୍ୟାନ, ଗ୍ୟାସ୍ ସିଲିଣ୍ଡର, ମୋବାଇଲ ନେଇଯାଇଛନ୍ତି। ଭୋର୍ ୩ଟାରେ ମା’ଝିଅ ପରିସ୍ରା କରିବାକୁ ଉଠିଥିବାବେଳେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଗୋଲାପଙ୍କ ପୁତୁରା ବିପିନ ଜେନା ଉକ୍ତ ମୋବାଇଲକୁ କଲ୍ କରିଥିବାବେଳେ କେହି ଜଣେ ଫୋନ୍ ଉଠାଇ ଗେଙ୍ଗୁଟିଆ ଝରାସାହି ବର ଗଛ ନିକଟକୁ ଆସିବାକୁ କହିଥିଲେ। ହେଲେ ସେଠାରେ ପହଞ୍ଚତ୍ବା ବେଳକୁ କେହି ନ ଥିଲେ। ପୁଣି ଥରେ ଫୋନ୍ କରିବାରୁ ଗଁା ନିକଟ କାଳିଆ ଫାର୍ମ ପାଖରେ ଥିବା କହିଥିଲେ। ସେଠାକୁ ଯିବାବେଳେ ମଧ୍ୟ କେହି ନ ଥିଲେ। ଏ ନେଇ ବିପିନ ଗୁରୁବାର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ସମରଜିତ ନାୟକ କୁହନ୍ତି, ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଉଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।
ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ
ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…
ଫିଲ୍ମ ଷ୍ଟାଇଲ୍ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…
ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…
ବାଇକରେ ଯାଉଥିବାବେଳେ ହଠାତ୍ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…
ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…
ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ
ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…
ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…
ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…
ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….
ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ ଦୁଇ…
ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ
ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…
କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ
କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…
Archives

