ବଅଁରପାଳ, ୨୩।୮ (ଡି.ଏନ୍.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଧୁମ୍ଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ଚାଲିଛି ଆୟୋଜନ। ୩ଶହ ବର୍ଷର ପରମ୍ପରା ଅନୁଯାୟୀ ଗ୍ରାମର ମଙ୍ଗଳକାମନା ନିମନ୍ତେ ଶୁକ୍ରବାର ଗ୍ରାମବାସୀ ଜନ୍ମାଷ୍ଟମୀ ପାଳନ କରିବେ। ଏଥିପାଇଁ ଗଁା ଚଳଚଞ୍ଚଳ ହୋଇପଡ଼ିଛି। ରଙ୍ଗବେରଙ୍ଗର ଆଲୋକ ତୋରଣ ଯୋଗୁ ଗାଁ ଝଲମଲ ହୋଇଉଠିଛି। ପ୍ରତ୍ୟେକ ଘରୁ ଜଣେ ଲେଖାଏ ସଦସ୍ୟ ଏହି ଜନ୍ମାଷ୍ଟମୀ ବ୍ରତରେ ସାମିଲ ହେବେ ବୋଲି ବୟସ୍କମାନେ କହିଛନ୍ତି।
ଜନ୍ମାଷ୍ଟମୀ କମିଟିର ବାମଦେବ ସେଠ, ସୁଧାକର ସ୍ବାଇଁ, ହରିହର ଦେହୁରୀ ଓ ବିଜନ ଦଳବେହେରା ପ୍ରମୁଖ କହିଛନ୍ତି, ପରମ୍ପରା ଅନୁଯାୟୀ ଗ୍ରାମରେ ପୂଜା ଦୁଇଦିନ ଧରି ପାଳନ କରାଯିବ। ଶୁକ୍ରବାର ସକାଳେ ଯଥାରୀତିରେ ପୂଜାର୍ଚ୍ଚନା ପରେ ରାତିରେ ଠାକୁରଙ୍କୁ ଝୁଲଣରେ ଝୁଲା ଯିବାର କାର୍ଯ୍ୟକ୍ରମ ରହିଛି। ଆଖପାଖ ଅଞ୍ଚଳରୁ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ପରିବେଷଣ କରିବେ। ଶନିବାର ନନ୍ଦ ଉତ୍ସବ ସହ ଦହି ହାଣ୍ଡି ଭଙ୍ଗା ଯିବ। ଗ୍ରାମର ଭାଗବତ ଟୁଙ୍ଗିରେ ବହୁ ଶ୍ରଦ୍ଧାଳୁ ଏହି ବ୍ରତ ପାଳନ କରିବେ। ଦିନ ସାରା ଉପବାସ ପରେ ସନ୍ଧ୍ୟାରେ ସେମାନେ ପ୍ରସାଦ ସେବନ କରିବେ। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆୟୋଜନ ସରିଛି। ଗ୍ରାମବାସୀ ମିଳିମିଶି ଏହି ଉତ୍ସବକୁ ପାଳନ କରି ଆସୁଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପୂଜା ପାଇଁ ପରମ୍ପରା ଅନୁସାରେ ଗ୍ରାମ ମଧ୍ୟକୁ ଦୁଇ ଦିନ ଧରି ଆମିଷ ଦ୍ରବ୍ୟ ବାରଣ କରାଯାଇଛି।
Posted inଅନୁଗୋଳ, ଆମ ଜିଲା ଖବର View All
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
ରାଜ୍ୟରେ ଝଡ଼ବର୍ଷା ଆଲର୍ଟ
ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…
ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ
କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…
ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ
ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…
ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…
ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…
Archives

