Posted inଜାତୀୟ

କୁମାରସ୍ବାମୀ ସରକାରଙ୍କ ସ୍ଥିତି ଟଳମଳ: ଗୁରୁବାର ଭାଗ୍ୟ ନିର୍ଦ୍ଧାରଣ

ବେଙ୍ଗାଲୁରୁ,୧୭।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଛି। କଂଗ୍ରେସ-ଜେଡିଏସ ମେଣ୍ଟର ୧୫ ବିଧାୟକ ଇସ୍ତଫା ଦେବାପରେ ରାଜନୀତି ଗୋଳିଆ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି। ତେବେ ଗୁରୁବାର ସରକାର ରହିବ ନା ଭାଙ୍ଗିବ ତାହା ସ୍ପଷ୍ଟ ହୋଇଯିବ। କାରଣ ଗୁରୁବାର କୁମାରସ୍ବାମୀ ସରକାର ଆସ୍ଥା ଭୋଟର ସାମ୍ନା କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ବିଦ୍ରୋହୀ ବିଧାୟକମାନେ ଆସ୍ଥା ଭୋଟରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି। ବିଦ୍ରୋହୀ ବିଧାୟକଙ୍କୁ ଆସ୍ଥା ଭୋଟରେ ସାମିଲ ହେବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବୁଧବାର ରାୟ ଦେଇଛନ୍ତି। ଯଦି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହୀତ ହେବ ନାହିଁ ଏବଂ ସେମାନେ ଆସ୍ଥା ଭୋଟରେ ସାମିଲ ହେବେ ନାହିଁ, ତେବେ କୁମାରସ୍ବାମୀ ସରକାର ଭାଙ୍ଗିବା ସ୍ପଷ୍ଟ। ଅପରପକ୍ଷେ, ଯଦି ଉଭୟ ଗୋଷ୍ଠୀର ବିଧାୟକଙ୍କ ସଂଖ୍ୟା ଦେଖାଯାଏ, ତା’ହେଲେ ଭାଜପା ଗୃହରେ ସଂଖ୍ୟା ଗରିଷ୍ଠତା ଲାଭ କରିବ। କର୍ନାଟକ ଭାଜପା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି, ତାଙ୍କ ପାଖରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଆଗରେ ଇସ୍ତଫା ଦେବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri