Categories: ଜାତୀୟ

କୁପୋଷଣ ଦୂର କରିବାକୁ ବିଦ୍ୟାଳୟରେ ପରିବା ଚାଷ କରୁଛନ୍ତି ଛାତ୍ର

ବିଳାସପୁର,୩।୯: ଛତିଶଗଡ଼ର ବିଳାସପୁର ଜିଲା ମସ୍ତୁରି ବ୍ଲକରେ ରହିଛି ଶାସକୀୟ ବାଳକ ପୂର୍ବ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ଶିକ୍ଷକତା କରୁଥିବା ବାବୁଲାଲ କର୍ଷ ପ୍ରାୟ ୩ ବର୍ଷ ହେବ ଛାତ୍ରମାନଙ୍କ ସହାୟତାରେ ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଫସଲ ଚାଷ କରୁଥିବା ଦେଖାଯାଇଛି। ଫଳରେ ଏହି ପନିପରିବାକୁ ବ୍ୟବହାର କରି ପିଲାମାନେ କୁପୋଷଣଠାରୁ ଦୂରେଇ ରହିଥିବା କୁହନ୍ତି ଶିକ୍ଷକ ବାବୁଲାଲ। କାରଣ ଏହିସବୁ ପରିବା ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରାଯାଉଛି। ତେଣୁ ସବୁ ଋତୁରେ ଏଠାରେ ମିଳୁଥିବା ସବୁ ପନିପରିବା ପିଲାମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହେଉଛି ବୋଲି ସ୍କୁଲର ଅଧ୍ୟକ୍ଷ ମଧ୍ୟ କୁହନ୍ତି। ସବୁଠାରୁ ବଡ କଥା ହେଲା ଏଠାରେ କେବଳ ଜୈବିକ ଉପାୟରେ ପନିପରିବା ଚାଷ କରାଯାଉଛି। ସ୍କୁଲ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ଖାଲି ସ୍ଥାନ ଥିବାରୁ ଶିକ୍ଷକ ବାବୁଲାଲ ଏହାକୁ କାମରେ ଲଗାଇବାକୁ ଚିନ୍ତା କରି ଏମିତି ଏକ କିଚେନ ଗାର୍ଡନ ତିଆରି କରିଥିବା କୁହାଯାଏ।

Share