Categories: ଫୁରସତ

କୁକୁରର ମାଟରନିଟି ଫଟୋଶୁଟ୍‌

ଆଜିକାଲି ଓ୍ବେଡିଂ, ପ୍ରି ଓ୍ବେଡିଂ ଫଟୋଶୁଟ୍‌ ବେଶ୍‌ ସାଧାରଣ ହୋଇଗଲାଣି। ସେମିତି ଆଉ ଏକ ଫଟୋଶୁଟ୍‌ର ଟ୍ରେଣ୍ଡ ବି ଚାଲିଛି। ସେ ହେଉଛି ମାଟରନିଟି ଫଟୋଶୁଟ୍‌। ଏଥିରେ ନାରୀଙ୍କ ଗର୍ଭାବସ୍ଥାର ଫଟୋଶୁଟ୍‌ କରାଯାଇଥାଏ। ହେଲେ ନିକଟରେ ଏକ ପ୍ରାଣୀର ମାଟରନିଟି ଫଟୋଶୁଟ୍‌ ସୋସିଆଲ୍‌ ମିଡିଆରେ ଛାଇ ରହିଛି। ପ୍ରାଣୀଟି ହେଉଛି ଏକ ପିଟ୍‌ ବୁଲ୍‌ ପ୍ରଜାତିର କୁକୁର। ସେପ୍ଟେମ୍ବର ପ୍ରାରମ୍ଭ ବେଳକୁ ୨ ବର୍ଷୀୟ ଏହି ପିଟ୍‌ବୁଲ୍‌ କୁକୁର, ଯେକି ‘ମାମା ପିକଲ୍ସ’ ନାମରେ ପରିଚିତ, ଏକୁଟିଆ ରାସ୍ତାରେ ବୁଲୁଥିବାବେଳେ ‘ପିଟ୍ସ ଆଣ୍ଡ ଗିଗଲ୍ସ’ନାମକ ସ୍ବେଚ୍ଛାସେବୀ ସଂସ୍ଥାର କିଛି ସଦସ୍ୟ ତାକୁ ଦେଖିଥିଲେ। ସେମାନେ ଅନୁଭବ କଲେଯେ, କୁକୁରଟିକୁ ସାହାଯ୍ୟ ଦରକାର। କାରଣ ସେ ଥିଲା ଗର୍ଭବତୀ। ପେଟ ବହୁତ ବଡ଼ ଥିବାରୁ ଭଲରେ ଚଲାବୁଲା କରିପାରୁ ନ ଥିଲା। ତାକୁ ଆଣି ରେସ୍କ୍ୟୁ ସେଣ୍ଟରରେ ଛାଡିଲେ ଓ ବହୁତ ଯତ୍ନ ନିଆଗଲା। ଆଉ ସେଠାରେ କୁକୁରଟିର ମାଟରନିଟି ଫଟୋସୁଟ୍‌ ବି କରାଗଲା। ମାମା ବି ବେଶ୍‌ ଦକ୍ଷତାର ସହ ଏକ ମଡେଲ ଭଳି ପୋଜ୍‌ ଦେଇଥିଲା। ଏହି ସୁଟ୍‌ର ଅଳ୍ପ କିଛିଦିନ ପରେ ହିଁ ମାମା ୮ଟି ସନ୍ତାନର ଜନନୀ ହେଲା। ଏହାପରେ ମା’ ଓ କୁକୁର ଛୁଆଙ୍କର ବି ଫଟୋଶୁଟ୍‌ କରାଗଲା। ଏହି ଫଟୋଶୁଟ୍‌ ଥିଲା ଆହୁରି ଆକର୍ଷକ। ଏଥିରେ ମା’ଛୁଆଙ୍କ ସ୍ନେହର ଝଲକ ଦେଖିବାକୁ ମିଳୁଥିଲା।

Share