କୁକୁରକୁ ଡକ୍ଟରେଟ୍‌ ଡିଗ୍ରୀ

ରିଚ୍‌ମୋଣ୍ଡ୍‌,୧୯।୫: ମଣିଷକୁ ଡକ୍ଟରେଟ୍‌ ଡିଗ୍ରୀ ମିଳିଥାଏ। ତେବେ କୁକୁରକୁ ଏଭି ଡିଗ୍ରୀ ମିଳିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଭର୍ଜିନିଆର ଭେଟେରେନାରୀ ମେଡିସିନ୍‌ କଲେଜ ପକ୍ଷରୁ ୮ ବର୍ଷର ବୟସ୍କ ଲାବ୍ରାଡର ପ୍ରଜାତିର କୁକୁର ଡ. ମୋସ୍‌ ଡେଭିସ୍‌କୁ ସମ୍ମାନ ଜନକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି। ଭେଟେରେନାରୀ ମେଡିସିନ୍‌ରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଏହି ସମ୍ମାନରେ ମୋସ୍‌କୁ ସମ୍ମାନୀତ କରାଯାଇଛି। ସେ ସ୍ଥାନୀୟ କୁକ୍‌ କାଉନସେଲିଂ ସେଣ୍ଟରରେ ଥେରାପି ଡଗ୍‌ ଭାବେ କାର୍ଯ୍ୟ କରୁଛି। ମୋସ୍‌ ସହିତ ଅନ୍ୟ ୩ କୁକୁର ମଧ୍ୟ ଏଠାରେ କାମ କରୁଛନ୍ତି। ମୋସ୍‌ ୭,୫୦୦ରୁ ଅଧିକ କାଉନସେଲିଂ ଅଧିବେଶନରେ କାର୍ଯ୍ୟ କରିଥିବା ମାଲିକ ଟ୍ରେଣ୍ଟ୍‌ ଡେଭିସ୍‌ କହିଛନ୍ତି।

Share