Categories: ଫୁରସତ

କୁକୁଡ଼ାଙ୍କ ପାଇଁ ଡ୍ରେସ୍‌

ଯଦି ଆପଣ ପୋଷା କୁକୁଡା ରଖିଛନ୍ତି ଓ ତାକୁ ସୁନ୍ଦର ଭାବେ ସଜାଇବାକୁ ଚାହୁଁଛନ୍ତି, ତେବେ କୁକୁଡାଙ୍କ ପାଇଁ ଆସିଥିବା ଏହି ଡ୍ରେସ୍‌କୁ ନିହାତି ବ୍ୟବହାର କରିବାକୁ ଚାହିଁବେ। ଉକ୍ତ ଡ୍ରେସ୍‌ର ନାମ ହେଉଛି ‘ଟୁଟୁ’। ଉକ୍ତ ଡ୍ରେସ୍‌କୁ ସାଧାରଣତଃ ବାଲେଟ୍‌ ନୃତ୍ୟ କରୁଥିବା ମହିଳାମାନେ ପିନ୍ଧିଥାଆନ୍ତି, ଯାହାକି ଦେଖିବାକୁ ମିନିସ୍କର୍ଟ ଭଳି। ତେବେ କୁକୁଡାଙ୍କୁ ଫିଟ୍‌ ହେଲାଭଳି ରଙ୍ଗବେରଙ୍ଗର ଏହି ଡ୍ରେସ ପିନ୍ଧି କୁକୁଡା ବି ବହୁତ ସୁନ୍ଦର ଲାଗୁଛନ୍ତି। କୁକୁଡାଙ୍କ ଆରାମକୁ ଧ୍ୟାନରେ ରଖି ଏହାକୁ ତିଆରି କରାଯାଇଛି। କୋମଳ କପଡା ସାଙ୍ଗକୁ ଇଲାଷ୍ଟିକ୍‌ର ଷ୍ଟ୍ରାପ୍‌ ରହିଛି, ଯାହାକି ଡେଣା ଚାରିପଟେ ରହିଥାଏ। ତେଣୁ ଏହାକୁ ପିନ୍ଧିଲେ କୁକୁଡା ଛନ୍ଦି ହେବାର ଭୟ ବି ନ ଥାଏ। ଆଉ ରଙ୍ଗବେରଙ୍ଗର, କୁଞ୍ଚ କୁଞ୍ଚ ଘେର ଥିବା ଏହି ପୋଷାକ ପିନ୍ଧି କୁକୁଡା ଲାଗନ୍ତି ପରୀ ଭଳି।

Share