କୁକୁଡ଼ାଖଣ୍ଡି ବ୍ଲକ: ସିଲ ହେଲା ମାଟିଆସାହି

କୁକୁଡାଖଣ୍ଡି,୫।୪(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ ବାଘଲଟି ପଞ୍ଚାୟତର ମାଟିଆସାହିକୁ ସିଲ କରିଛି ଜିଲା ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ତ୍ରେୟ ଭାଉ ସାହେବ। ଉକ୍ତ ଗ୍ରାମକୁ ରାଜ୍ୟ ବାହାରରୁ ୧୩୦ ଜଣ ବ୍ୟକ୍ତି ଆସିଥିବା ତହସିଲଦାର ଇପସିତା ପ୍ରିୟଦର୍ଶନୀ ମିଶ୍ର ଗ୍ରାମକୁ ଯାଇ ଘଟଣା ସମ୍ପର୍କରେ ଅବଗତ ହେବାପରେ ଇପଜିଲାପାଳଙ୍କୁ ଜଣାଇଥିଲେ। ପରେ ଉପଜିଲାପାଳ ଗ୍ରାମକୁ ସିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଏହାକୁ ହଟସ୍ପଟ୍ ବୋଲି ଘୋଷଣା କରିଛନ୍ତି।କୁକୁଡାଖଣ୍ଡିର ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତିଙ୍କୁ ସେଠାର ମାଜିଷ୍ଟ୍ରେଟ ଦାୟିତ୍ବ ପ୍ରଦାନ କରିବାସହ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ଘଟଣା ଉପରେ ନଜର ରଖିବା ସହ ସେଠାରେ ଚେକପୋଷ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଡିଓଙ୍କୁ ସେଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଅତ୍ୟାବଶକ ସାମଗ୍ରୀର ହୋମଡେଲିଭେରି ପାଇଁ ମଧ୍ୟ କୁହାଯାଇଛି। ଗ୍ରାମକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ସହ ବାରଣ କରାଯାଇଛି ଏବଂ ଯାନବାହାନ ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି।ଗତ ୫ଦିନ ହେଲା ଭୂବନେଶ୍ବର ବମିଖାଲ ଅଞ୍ଚଳରୁ ଚାଲିଚାଲି ୧୩୦ ଜଣ ଆସିଥିଲେ। ପ୍ରଶାସନ ପଷରୁ ଗ୍ରାମବାସୀକୁ ୩ମାସର ଚାଉଳ ପ୍ରଦାନ କରାଯାଇଛି।ଡାକ୍ତରୀ ଦଳ ମଧ୍ୟ ଗ୍ରାମରେ ପହଞ୍ଚି ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ମଧ୍ୟ କରୁଛନ୍ତି।