କୁଆପଥର ମାଡ଼ରେ ଫସଲ ନଷ୍ଟ: କ୍ଷୟକ୍ଷତି ଆକଳନ କଲା ପ୍ରଶାସନ

ଦଶମନ୍ତପୁର,୧୪ା୫( ଡି.ଏନ୍‌.ଏ. ) -କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଗତ କୁଆପଥର ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପ୍ରଶାସନ ପହଞ୍ଚତ୍ଛି। ଏଥିରେ ଚାଷୀଙ୍କ ଖାଦ୍ୟଶସ୍ୟ ସହ ବହୁ ପରିମାଣରେ ପନିପରିବା କ୍ଷତି ହୋଇଛି। ଅନେକ ଆଶା ନେଇ ଉକ୍ତ ଅଞ୍ଚଳର ଚାଷୀ ଖରାଦିନିଆ ଧାନ,ଫଲକୋବି, ବାଇଗଣ, ଟମାଟୋ, ଲଙ୍କାମରିଚ ଼ଆଦି ଚାଷ କରିଥିଲେ। ମାତ୍ର ଗତ ସୋମବାର ହୋଇଥିବା ବର୍ଷା ଓ କୁଆପଥର ମାଡ଼ରେ ପ୍ରଚୁର ପରିମାଣରେ ସେମାନଙ୍କ ଫସଲ କ୍ଷତି ହୋଇଛି। ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଆର୍‌ଆଇ ଅନୁପ କୁମାର ନାଗ, ସହକାରୀ ଆର୍‌ଆଇ ଦେବୀପ୍ରସାଦ ତ୍ରିପାଠୀ ଏବଂ କୃଷି ବିଭାଗ କର୍ମଚାରୀଙ୍କ ସହ ଦଶରଥପୁର ପଞ୍ଚାୟତର ମାଣ୍ଡିଆଗୁଡ଼ା, ବାଘଚେମା ମୌଜାର ବଦଳିକୁଡୁମା ଗ୍ରାମର ଚାଷୀଙ୍କ ନିକଟରେ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି। ମାଣ୍ଡିଆଗୁଡ଼ା ଗ୍ରାମର ଚାଷୀ ଧରମା ସାଉନ୍ତାଙ୍କ ସହ ଅନ୍ୟମାନଙ୍କୁ ଭେଟି ସେମାନଙ୍କ ଚାଷ ସମ୍ପର୍କରେ ପଚାରି ବୁଝିଛନ୍ତି। ବଦଳିକୁଡୁମା ଗ୍ରାମର କ୍ଷତିଗ୍ରସ୍ତ ୫୨ ଜଣ ଚ଼ାଷୀଙ୍କ ଚାଷଜମିକୁ ଯାଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇଛି। ଏହି ସମୟରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ତିର୍କୀ କହିଛନ୍ତି ଯେ, ବ୍ଲକର ୧୬ଟି ପଞ୍ଚାୟତରେ କ୍ଷୟକ୍ଷତି ଆକଳନକରି ରିପୋର୍ଟ ଦେବା ପାଇଁ ମୁଁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛି। ଆକଳନ ପରେ ଚ଼ାଷୀ କ୍ଷତିପୂରଣ ପାଇବା ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri