କୁଆପଥର ମାଡ଼ରେ ଫସଲ ନଷ୍ଟ: କ୍ଷୟକ୍ଷତି ଆକଳନ କଲା ପ୍ରଶାସନ

ଦଶମନ୍ତପୁର,୧୪ା୫( ଡି.ଏନ୍‌.ଏ. ) -କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଗତ କୁଆପଥର ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପ୍ରଶାସନ ପହଞ୍ଚତ୍ଛି। ଏଥିରେ ଚାଷୀଙ୍କ ଖାଦ୍ୟଶସ୍ୟ ସହ ବହୁ ପରିମାଣରେ ପନିପରିବା କ୍ଷତି ହୋଇଛି। ଅନେକ ଆଶା ନେଇ ଉକ୍ତ ଅଞ୍ଚଳର ଚାଷୀ ଖରାଦିନିଆ ଧାନ,ଫଲକୋବି, ବାଇଗଣ, ଟମାଟୋ, ଲଙ୍କାମରିଚ ଼ଆଦି ଚାଷ କରିଥିଲେ। ମାତ୍ର ଗତ ସୋମବାର ହୋଇଥିବା ବର୍ଷା ଓ କୁଆପଥର ମାଡ଼ରେ ପ୍ରଚୁର ପରିମାଣରେ ସେମାନଙ୍କ ଫସଲ କ୍ଷତି ହୋଇଛି। ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଆର୍‌ଆଇ ଅନୁପ କୁମାର ନାଗ, ସହକାରୀ ଆର୍‌ଆଇ ଦେବୀପ୍ରସାଦ ତ୍ରିପାଠୀ ଏବଂ କୃଷି ବିଭାଗ କର୍ମଚାରୀଙ୍କ ସହ ଦଶରଥପୁର ପଞ୍ଚାୟତର ମାଣ୍ଡିଆଗୁଡ଼ା, ବାଘଚେମା ମୌଜାର ବଦଳିକୁଡୁମା ଗ୍ରାମର ଚାଷୀଙ୍କ ନିକଟରେ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି। ମାଣ୍ଡିଆଗୁଡ଼ା ଗ୍ରାମର ଚାଷୀ ଧରମା ସାଉନ୍ତାଙ୍କ ସହ ଅନ୍ୟମାନଙ୍କୁ ଭେଟି ସେମାନଙ୍କ ଚାଷ ସମ୍ପର୍କରେ ପଚାରି ବୁଝିଛନ୍ତି। ବଦଳିକୁଡୁମା ଗ୍ରାମର କ୍ଷତିଗ୍ରସ୍ତ ୫୨ ଜଣ ଚ଼ାଷୀଙ୍କ ଚାଷଜମିକୁ ଯାଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇଛି। ଏହି ସମୟରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ତିର୍କୀ କହିଛନ୍ତି ଯେ, ବ୍ଲକର ୧୬ଟି ପଞ୍ଚାୟତରେ କ୍ଷୟକ୍ଷତି ଆକଳନକରି ରିପୋର୍ଟ ଦେବା ପାଇଁ ମୁଁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛି। ଆକଳନ ପରେ ଚ଼ାଷୀ କ୍ଷତିପୂରଣ ପାଇବା ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌...

ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ...

ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର...

କାର୍ଯ୍ୟରେ ଯୋଗଦେଲେ କୋରାପୁଟ ନୂତନ ଏସଡିପିଆରଓ

କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍‌ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ...

ଓଭରଟେକ୍‌ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍‌ ଚୁରମାର, ଡ୍ରାଇଭର…

କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।...

କୋରାପୁଟରେ ହେବ ଜିଲା ସଂସ୍କୃତି ଭବନ

କୋରାପୁଟ,୨୧।୧୧(ଅମିତାଭ ବେହେରା): କୋରାପୁଟ ସହରର ଭବାନୀନଗରଠାରେ ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜିଲା ସଂସ୍କୃତି ଭବନ ଓ କାର୍ଯ୍ୟାଳୟ ନିର୍ମାଣ କରାଯିବ।...

ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକ ପାଇବେ ଏସବୁ ସୁବିଧା

କୋରାପୁଟ,୧୫ା୧୧(ଅମିତାଭ ବେହେରା): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲଠାରେ ଶନିବାର ଇକୋ ରିଟ୍ରିଟ୍‌ ୨୦୨୫ର ଆଭାସୀ ମାଧ୍ୟମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri