କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ପ୍ରେମୀଯୁଗଳ କିସ୍‌ ଡେ’ ପାଳନ କରିଥାନ୍ତି। କିସ୍‌ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥାଏ। ଏହି ଖାସ୍‌ ଦିନରେ ଜାଣନ୍ତୁ କେଉଁ କିସ୍‌ କ’ଣ ସୂଚାଇଥାଏ।

ସିମ୍ପଲ କିସ୍‌:


ହାତ ଏବଂ ଗାଲରେ କିସ୍‌ କରିବାକୁ ସିମ୍ପଲ୍‌ କିସ୍‌ କୁହାଯାଏ। ଏହି କିସ୍‌ ଆପଣ ମାଆ, ବାପା, ଭାଇ, ଭଉଣୀ, ସାଙ୍ଗସାଥୀ ଏପରିକି ଛୋଟ ପିଲାଙ୍କୁ ମଧ୍ୟ କରିପାରିବେ।

ଫୋର୍‌ହେଡ୍‌ କିସ୍‌:


ଫୋର୍‌ହେଡ୍‌ ବା ମଥାରେ କିସ୍‌ କରିବାକୁ ବିଶେଷକରି ମହିଳାମାନେ ପସନ୍ଦ କରିଥାନ୍ତି। ଏହି କିସ୍‌ ସମ୍ପର୍କକୁ ଆହୁରି ନିବିଡ଼ ତଥା ଗଭୀର କରିଥାଏ। ଫୋର୍‌ହେଡ୍‌ କିସ୍‌ କପଲଙ୍କ ବ୍ୟତୀତ ଛୋଟ ପିଲାଙ୍କୁ ମଧ୍ୟ କରାଯାଇଥାଏ।

ଲିପ୍‌ କିସ୍‌:


ଲିପ୍‌ କିସ୍‌ ପାର୍ଟନରଙ୍କ ମଧ୍ୟରେ କମନ୍‌ କିସ୍‌ ହୋଇଥାଏ। ଲିପ୍‌ କିସ୍‌ରେ ପାର୍ଟନର ଅଧିକ ରୋମାଣ୍ଟିକ୍‌ ହୋଇଥାନ୍ତି। ପରସ୍ପରଙ୍କ ମଧ୍ୟରେ ପ୍ରେମର ରଜୁ ଆହୁରି ମଜଭୁତ ହୋଇଥାଏ।

Share