କିଶୋରନଗରରେ କାଳବୈଶାଖୀ ତାଣ୍ଡବ:ବହୁ ଚାଳ ଘର ସହ ଛପର ଉଡ଼ିଗଲା

ବଇଣ୍ଡା,୨।୬(ଡି.ଏନ.ଏ)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା, ହଣ୍ଡପା, ନାକିଚି, କିଶୋରନଗର, ବାମୁର, ଅଙ୍ଗପଡ଼ା, ତୁରୁଡ଼ା ଆଦି ଗ୍ରାମ ଗୁଡ଼ିକରେ ରବିବାର କାଳବୈଶାଖୀ ହୋଇଛି। ହଠାତ୍‌ ଝଡ଼ ତୋଫାନ ମାଡ଼ି ଆସିବାରୁ ବ୍ୟାପକ ଚାଳ ଛପର ଘର, ଆଜବେଷ୍ଟସ ଘର ଓ ଉଠା ଦୋକାନୀଙ୍କ ଅସ୍ଥାୟୀ କ୍ୟାମ୍ପ ଗୁଡ଼ିକ ପବନରେ ଉଡ଼ିଯାଇଛି। ଫଳରେ ବହୁ ସମ୍ପତ୍ତି ନଷ୍ଟ ହୋଇଯାଇଛି।
ବିଶେଷ କରି ବଇଣ୍ଡା ଅଞ୍ଚଳର ମନୋରଞ୍ଜନ ପ୍ରଧାନ, ଆଲୋକ ବେହେରା, ସିପୁନ ଦାସ, ସୁବ୍ରତ ପ୍ରଧାନ, କୁମୁଦ ପ୍ରଧାନ, ବିଜୟ ପ୍ରଧାନଙ୍କ ସମେତ ବହୁ ଉଠା ଦୋକାନୀଙ୍କ ଛପର ଉଡ଼ିଯାଇଛି। ସେହିପରି ରମେଶ ଚନ୍ଦ୍ର ଭୋଇ, କୁନ୍ତଳା ଭୋଇ, କୁଶ ଭୋଇ, ସୁରେନ୍ଦ୍ର ସାହୁ, କୁମୁଦିନୀ ପ୍ରଧାନ, ରବିନ୍ଦ୍ର ସାହୁ, ଗୋକୁଳାନନ୍ଦ ମାଝିଙ୍କ ସମେତ ବହୁ ଆଜବେଷ୍ଟସ, ଚାଳ ଛପର ଘର ଉଡ଼ିଯାଇଛି। ଏଥିସହ ବଇଣ୍ଡା ହାଇସ୍କୁଲର ସାଇକେଲ ଷ୍ଟାଣ୍ଡଟି ଝଡ଼ ତୋଫାନରେ ଭାଙ୍ଗିଯାଇଛି। ବହୁ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିବା ସହ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍‌ ତାର ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ସେହିପରି ଏହି ବର୍ଷାରେ କଦଳୀ ଗଛ ବ୍ୟାପକ ଭାଙ୍ଗି ଯାଇଥିବାବେଳେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ପନୀପରିବା ଚାଷ ଯଥା, ଟମାଟୋ, ବାଇଗଣ, ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ନୁନୁକାପଶି ସରପଞ୍ଚ ଜଳଧର ସାହୁ କୁହନ୍ତି, କାଳବୈଶାଖୀରେ ବ୍ୟାପକ ଘର ଭାଙ୍ଗିଯିବାସହ ଉଠା ଦୋକାନୀଙ୍କର କ୍ଷତି ହୋଇଛି। ପଞ୍ଚାୟତ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ତହସିଲଦାରଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri