Posted inଜାତୀୟ

କିପରି କାର୍ଯ୍ୟ କରିବ ନୂଆ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହା ଆଇନରେ ପରିଣତ ହେଲେ ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବ। ଜମ୍ମୁ-କଶ୍ମୀର ପାଇଁ ବିଧାନସଭା ରହିବାକୁ ଥିବାବେଳେ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଅଞ୍ଚଳ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଅଧୀନରେ ରହିବ ଏବଂ ବର୍ତ୍ତମାନର ରାଜ୍ୟପାଳ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ହେବେ। ଜମ୍ମୁ-କଶ୍ମୀର ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ ରହିବ। ଏହାର ବିଧାୟକ ସଂଖ୍ୟା ୧୦୭ ରହିବାକୁ ଥିବାବେଳେ ସେଥିରୁ ୨୪ଟି ଆସନ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଅଞ୍ଚଳ ପାଇଁ ଖାଲି ରହିବ। ଜମ୍ମୁ-କଶ୍ମୀର ରାଜ୍ୟ ବିଧାନସଭାରେ ୧୧୧ ବିଧାୟକ ଥିବାବେଳେ ସେଥିରୁ ୮୭ ଜଣ ନିର୍ବାଚିତ ଓ ୨ ଜଣ ମନୋନୀତ ହେଉଥିଲେ। ବାକି ୨୪ ଆସନ ପିଓକେ ପାଇଁ ଖାଲି ରହୁଥିଲା। ଜମ୍ମୁ-କଶ୍ମୀରରୁ ରାଜ୍ୟ ସଭାକୁ ୪ ଜଣ ଏମ୍‌ପି ନିର୍ବାଚିତ ହେଉଥିବାବେଳେ ତାହା ଅପରିବର୍ତ୍ତିତ ରହିବ। ଲୋକ ସଭାକୁ ନିର୍ବାଚିତ ହେଉଥିବା ୬ ଏମ୍‌ପିଙ୍କ ମଧ୍ୟରୁ ଜମ୍ମୁ-କଶ୍ମୀରରୁ ୫ ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରୁ ଜଣେ ଏମ୍‌ପି ନିର୍ବାଚିତ ହେବେ। ବିଧାନସଭାରେ ଗୃହୀତ ବିଲ୍‌ ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ। ତେବେ ଉପରାଜ୍ୟପାଳ ଚାହଁଲେ ଏହାକୁ ସ୍ବୀକୃତି ଦେବେ, ଅଟକାଇ ରଖିବେ କିମ୍ବା ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri