ପିଆଜରେ ରହିଛି ଏସବୁ ଉପକାରୀ ଗୁଣ…..

ଘରେ ଘରେ ପିଆଜର ବହୁତ ଚାହିଦା ରହିଛି। ସାଧାରଣତଃ ଖାଦ୍ୟର ସ୍ବାଦ ବଢାଇବା ପାଇଁ ପିଆଜର ବ୍ୟବହାର କରାଯାଇଥାଏ। ଏହା ଆମ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ପିଆଜରେ ରହିଛି ଭିଟାମିନ୍‌ ବି, ସି, କ୍ୟାଲସିୟମ, ଆଇରନ୍‌, ପୋଟାସିୟମ, ଫାଇବର ଭଳି ଅନେକ ପୋଷକ ତତ୍ତ୍ୱ। ହେଲେ ଏହା ଆଜମା ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ । ସିଝା ପିଆଜ ଅପେକ୍ଷା କଞ୍ଚା ପିଆଜ ଶରୀର ପାଇଁ ଲାଭ ଦାୟକ ବୋଲି ଗବେଷକମାନେ ମତ ଦେଇଛନ୍ତି।
-ମୋତିଆବିନ୍ଦୁ ସମସ୍ୟା ଥିଲେ ପିଆଜ ରସ, ମହୁ ଓ କର୍ପୁର ମିଶାଇ ରାତିରେ ଆଖି ଉପରେ ଲଗାଇଲେ ଏହା ଠିକ୍‌ ହୋଇଥାଏ। ହେଲେ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଏହାର ମାତ୍ରା ସଠିକ୍‌ ରଖିବା ଆବଶ୍ୟକ।
-କିଡ୍‌ନୀରେ ଷ୍ଟୋନ ହୋଇଥିଲେ ସକାଳୁ ଖାଲି ପେଟରେ ପିଆଜ ରସ ସହ ସାମାନ୍ୟ ଚିନି ମିଶାଇ ନିୟମିତ ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।
-ଆଜମା ସମସ୍ୟା ଥିଲେ ପିଆଜ ଖାଇଲେ ଲାଭ ମିଳିବ। ପିଆଜ ରସରେ ସାମାନ୍ୟ ହେଙ୍ଗୁ ଓ ଚିମୁଟାଏ କଳା ଲୁଣ ମିଶାଇ ଖାଇଲେ ଆଜମା ଭଲ ହୋଇଥାଏ।