Categories: ବୌଦ୍ଧ

କିଡ୍‌ନୀ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଜିଲାପାଳଙ୍କ ନିକଟରେ ଦାବି

ବୌଦ୍ଧ ,୬ା୬(ସ୍ବ.ପ୍ର.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ୧୧ଟି ପଞ୍ଚାୟତର ୨୪ ଗୋଟି ଗ୍ରାମରେ କିଡ୍‌ନୀ ରୋଗ ମହାମାରୀ ରୂପ ଧାରଣ କରିଛି ା ଏହି ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ବର୍ଷ ମଧ୍ୟରେ ୧୮୯ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବର୍ତ୍ତମାନ ୨୫୪ ଜଣ ରୋଗାକ୍ରାନ୍ତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା ଓ ଔଷଧ ଅଭାବରୁ ଭାଗ୍ୟକୁ ଆଦରି ପଡି ରହିଛନ୍ତି ା ଏହି ରୋଗର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ହରଭଙ୍ଗା ବ୍ଲକ କିଡ୍‌ନୀ ପ୍ରପୀଡିତ ନାଗରିକ କମିଟି ପକ୍ଷରୁ ବହୁ ସମୟରେ ଦାବି ହୋଇଆସୁଛି ା ଏଥିସହିତ ଆକ୍ରାନ୍ତମାନଙ୍କୁ ଚିକିତ୍ସା ଓ ଆବଶ୍ୟକ ଔଷଧ ଯୋଗାଇ ଦେବାକୁ ଗତ ଏପ୍ରିଲ ମାସ ୨୭ ତାରିଖରେ କମିଟି ପକ୍ଷରୁ ବୌଦ୍ଧ ଜିଲାପାଳଙ୍କୁ ଅବଗତ କରାଯାଇଥିଲା ା ଏହା ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା କମିଟି ଆବାହକ ବିକାଶ ମହାକୁଡ ପ୍ରକାଶ କରିଛନ୍ତି ା ଏନେଇ କମିଟିର କର୍ମକର୍ତ୍ତା ଓ କେତେଜଣ ସରପଞ୍ଚ ଗତ ଶୁକ୍ରବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ା ଆସନ୍ତା ୧୧ ତାରିଖ ସୁଦ୍ଧା ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦିଆ ନ ଗଲେ ୧୨ ତାରିଖରୁ ବ୍ଲକ କିଡ୍‌ନୀ ପ୍ରପୀଡ଼ିତ ନାଗରିକ କମିଟି ଓ ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ା ଦାବିପତ୍ର ପ୍ରଦାନ ସମୟରେ କମିଟିର ସଦସ୍ୟ ଅଶୋକ ସେଠୀ, ପ୍ରଦୀପ ମହାନନ୍ଦ, କୃତ୍ତିବାସ ପଲିଆ ପ୍ରମୁଖ ସାମିଲ ଥିଲେ ା