Posted inଖେଳ

କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ ୩୧ରୁ: ଦେବାଶିଷ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲର ଦ୍ୱାଦଶ ସଂସ୍କରଣ ଚଳିତମାସ ୩୧ ତାରିଖରୁ ଆରମ୍ଭ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏହା ଜୁନ ୭ ପର୍ଯ୍ୟନ୍ତ ଚାଲିବ। ଭେନେଜୁଏଲା ଗ୍ରାଣ୍ଡମାଷ୍ଟର ଇଟୁରିଜାଗା ବୋନେଲି ଏଡୁଆର୍ଡୋ (୨୬୩୭ ଏଲୋ ରେଟିଂ) ଟୁର୍ନାମେଣ୍ଟରେ ଟପ୍‌ ସିଡ୍‌ର ମାନ୍ୟତା ପାଇଥିବାବେଳେ ଓଡ଼ିଶା ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ(୨୫୪୪) ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ।
ଅନ୍ତର୍ଜାତୀୟ ଚେସ୍‌ କ୍ୟାଲେଣ୍ଡରରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟର ମର୍ଯ୍ୟାଦା ବହନ କରୁଥିବା ଏହି ପ୍ରତିଯୋଗିତା ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ(ଏଓସିଏ) ଓ କିଟ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି। ୩ଟି କାଟେଗୋରିରେ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟରେ ୩୦ ଦେଶର ଗ୍ରାଣ୍ଡମାଷ୍ଟର, ଅନ୍ତର୍ଜାତୀୟ ମାଷ୍ଟର, ମହିଳା ଗ୍ରାଣ୍ଡମାଷ୍ଟର, ମହିଳା ଅନ୍ତର୍ଜାତୀୟ ମାଷ୍ଟର ଆଦି ଅଂଶଗ୍ରହଣ କରୁଛନ୍ତି। ଟୁର୍ନାମେଣ୍ଟ ପାଇଁ ୨୫,୦୦,୦୦୦ ଟଙ୍କାର ପୁରସ୍କାର ରାଶି ରଖା ଯାଇଛି ବୋଲି ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଏବଂ ଏଓସିଏ ଉପସଭାପତି ରଞ୍ଜନ ମହାନ୍ତି। ୨୦୦୦ରୁ ଊର୍ଦ୍ଧ୍ୱ ଏଲୋ ରେଟିଂପ୍ରାପ୍ତ ଖେଳାଳି କାଟେଗୋରି ‘ଏ’ରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଭାରତ, ତାଜିକସ୍ତାନ, ଚେକ୍‌ ରିପବ୍ଲିକ, ଆର୍ମେନିଆ, ବେଲଜିୟମ, ଆମେରିକା, ସ୍ପେନ, ଭେନଜୁଏଲା, ରୁଷିଆ, ବାଂଲାଦେଶ, ୟୁକ୍ରେନ, କାଜାଖସ୍ତାନ, ଶ୍ରୀଲଙ୍କା, ନେପାଳ, ମାଲେସିଆ, ଭିଏତନାମ, ଚିଲି, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଗ୍ରୀସ୍‌, ଜାପାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ହଂକଂ, ଓମାନ, କାତାର, ମଙ୍ଗୋଲିଆ ଆଦି ଦେଶର ପ୍ରତିଯୋଗୀ ଭାଗ ନେବେ।
ପରିସଂଖ୍ୟାନ ଅନୁସାରେ ଏଥିରେ ମୋଟ ୧୯ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରୁ ଭାରତର ୩ ଜଣ (ଆର.ଆର. ଲକ୍ଷ୍ମଣ, ଦେବେନ୍ଦୁ ବରୁଆ, ଦେବାଶିଷ ଦାସ) ହୋଇଥିବାବେଳେ ଅନ୍ୟ ୧୬ ଜଣ ବିଦେଶୀ ଖେଳାଳି। ଏହା ବ୍ୟତୀତ ଜଣେ ମହିଳା ଗ୍ରାଣ୍ଡମାଷ୍ଟର, ୧୮ ଅନ୍ତର୍ଜାତୀୟ ମାଷ୍ଟର, ୩ ମହିଳା ଅନ୍ତର୍ଜାତୀୟ ମାଷ୍ଟର, ୬ ଫିଡେ ମାଷ୍ଟର, ୭ ମହିଳା ଫିଡେ ମାଷ୍ଟର, ୪ କ୍ୟାଣ୍ଡିଡେଟ ମାଷ୍ଟର ଓ ୨ ମହିଳା କ୍ୟାଣ୍ଡିଡେଟ ମାଷ୍ଟର ଏହିପରି ୬୦ ଟାଇଟଲଧାରୀ ଏଥିରେ ଭାଗ ନେବାକୁ ଯାଉଛନ୍ତି। କାଟେଗୋରି ‘ଏ’ର ଶୀର୍ଷ ୨୦ ବୋର୍ଡ ମ୍ୟାଚର ସିଧା ପ୍ରସାରଣ କରାଯିବ। ଅନ୍ତର୍ଜାତୀୟ ଆର୍ବିଟର ଆର. ଅନନ୍ତରାମଙ୍କ ନେତୃତ୍ୱରେ ଟୁର୍ନାମେଣ୍ଟ ପରିଚାଳିତ ହେବ। ମ୍ୟାଚ ଗୁଡ଼ିକ କ୍ୟାମ୍ପସ ୧୫(ବି)ସ୍ଥିତ ଇଣ୍ଟରନ୍ୟାଶନାଲ ଚେସ୍‌ ହଲ୍‌ ଏବଂ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଏଠାରେ ପୂର୍ବରୁ ପ୍ରତିଯୋଗିତାର ୧୧ଟି ଯାକ ସଂସ୍କରଣ, ଫିଡେ ବିଶ୍ୱ ଜୁନିୟର ଚେସ୍‌ ଚାମ୍ପିୟନଶିପ୍‌ ୨୦୧୬ ଏବଂ ଆହୁରି ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସଫଳତାର ସହିତ ଆୟୋଜିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri