କିଛି ବର୍ଷ ପରେ ସଲମାନ୍‌ଙ୍କ ଇଦ୍‌ ରିଲିଜରେ ଲାଗିଲା ବ୍ରେକ୍‌

ମୁମ୍ବାଇ: ଲଗାତାର କିଛି ବର୍ଷ ହେବ ଇଦ୍‌ରେ ରିଲିଜ୍‌ ହୋଇ ଆସୁଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଫିଲ୍ମ। ଏହା ବକ୍ସ ଅଫିସରେ ହିଟ୍‌ ବି ହେଉଥିଲା। ଏଥର କିନ୍ତୁ ଏହି ରିଲିଜରେ ବ୍ରେକ୍‌ ଲାଗିଛି। କରୋନା ଭାଇରସ ସଂକ୍ରମଣ ଯୋଗୁ ସାରା ଦେଶରେ ଚାଲିଛି ଲକ୍‌ଡାଉନ ୪.୦। ଏହି ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ସିନେମା ହଲକୁ ବନ୍ଦ କରି ଦିଆଯାଇଛି। ତେଣୁ ଦେଶରେ ଗୋଟିଏ ଦିନ ପରେ ଇଦ୍‌ ପାଳନ କରାଯିବାକୁ ଥିଲେ ମଧ୍ୟ ଏଥର କୌଣସି ଫିଲ୍ମ ରିଲିଜ୍‌ ହୋଇନାହିଁ। ତେଣୁ ଏଥର ଇଦ୍‌ରେ ସିନେମା ହଲ୍‌ ସମ୍ନାରେ ଆଉ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିବ ନାହିଁ। ସଲମାନଙ୍କ କଥା ଯଦି ଆଲୋଚନାକୁ ନିଆଯାଏ ତେବେ ୨୦୧୩ ବ୍ୟତୀତ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ଇଦ୍‌ରେ ରିଲିଜ ହେଉଥିଲା ସଲମାନଙ୍କ ଅଭିନୀତ ଫିଲ୍ମ। ଏଥିର ମଧ୍ୟ ଇଦ୍‌ରେ ସଲମାନଙ୍କ ପ୍ରୋଜେକ୍ଟ ରାଧେ: ଇୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ ରିଲିଜ୍‌ ହେବାର ଥିଲା। ହେଲେ କରୋନା ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ ରଖିବାକୁ ପଡିଲା। କିନ୍ତୁ ପୂର୍ବରୁ ଇଦ୍‌ରେ ସଲମାନଙ୍କ ଯେଉଁସବୁ ଫିଲ୍ମ ରିଲିଜ ହୋଇଛି ତାହା କୋଟି କୋଟି ଟଙ୍କା ବ୍ୟବସାୟ କରିଛି। ୨୦୧୦ରେ ଦବଙ୍ଗ,୨୦୧୧ରେ ବଡିଗାର୍ଡ, ୨୦୧୨ରେ ଏକ ଥା ଟାଇଗର, ୨୦୧୪ରେ କିକ୍‌, ୨୦୧୫ରେ ବଜରଙ୍ଗି ଭାଇଜାନ, ୨୦୧୬ରେ ସୁଲତାନ, ୨୦୧୭ରେ ଟ୍ୟୁବଲାଇଟ୍‌, ୨୦୧୮ରେ ରେସ୍‌-୩ ଓ ୨୦୧୯ରେ ଭାରତ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri