କିଛି ଟେନ୍‌ସନ୍‌ ଲାଗିଲେ ଫ୍ଲାଇଟ୍‌ରେ ବୁଲନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା ତାଙ୍କର ଆଦୌ ପସନ୍ଦ ନୁହେଁ। ତାଙ୍କ ସମୟ ସେ ନିକଟ ସମ୍ପର୍କୀୟଙ୍କ ସହ କାଟିବାକୁ ପସନ୍ଦ କରନ୍ତି। ଏମିତି ଲୋକଙ୍କ ସହ ସମୟ କାଟିବାକୁ ଚାହାନ୍ତି ଯିଏ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ନୁହନ୍ତି। ସେ କୁହନ୍ତି, ମୁଁ ମୋ ନିଜ ସହ ସମୟ କାଟିବାକୁ ବେଶୀ ପସନ୍ଦ କରେ। କେବେ କେବେ ବହି ପଢ଼ିବାକୁ ଖୁବ୍‌ ଭଲପାଏ। ଏକା ଏକା ବୁଲିବାକୁ ବି ପସନ୍ଦ କରିଥାନ୍ତି। ଯେତେବେଳେ ଅଧିକ ଟେନ୍‌ସନ୍‌ ଲାଗେ ସେ ଫ୍ଲାଇଟ୍‌ ବୁକ୍‌ କରି କୁଆଡ଼େ ନା କୁଆଡ଼େ ବୁଲିବାକୁ ଚାଲିଯା’ନ୍ତି। ନିଜ ଘର ପ୍ରତି ଖୁବ୍‌ ଧ୍ୟାନ ଦିଅନ୍ତି। ଯେମିତି ଗୋଟିଏ ଝିଅ ଘର ପାଇଁ ସବୁ କରିଥାଏ। ତାଙ୍କର ମାଆ ନାହାନ୍ତି କିନ୍ତୁ ମାଆଙ୍କ ଆଶୀର୍ବାଦ ସବୁବେଳେ କାମନା କରି ସେ ଆଗକୁ ବଢ଼ି ଚାଲିଛନ୍ତି।

Share